କରୋନା ଭେରିଏଣ୍ଟର ପ୍ରଥମ ଫଟୋ ଆସିଲା ସାମ୍ନାକୁ, ଭାରତରେ ଦ୍ଵିତୀୟ ଲହରୀ ପାଇଁ ଦାୟୀ

କରୋନାର ଦ୍ଵିତୀୟ ଲହରୀ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଆତଙ୍କ ଖେଳାଇ ରଖିଛି। ଦୈନିକ ଲକ୍ଷାଧିକ ସଂଖ୍ୟାରେ ଲୋକେ ଏହା କବଳକୁ ଆସୁଛନ୍ତି। ଏବେ କାନାଡାର ବ୍ରିଟିଶ କଲମ୍ବିଆ ୟୁନିଭର୍ସିଟି(UBC) କରୋନାର ଏମିତି ଏକ ଭେରିଏଣ୍ଟର ମଲିକ୍ୟୁଲର ଫଟୋ ପବ୍ଲିସ କରିଛି, ଯାହା ଦ୍ଵିତୀୟ ଲହରୀ ପାଇଁ ଦାୟୀ। ଏହା B.1.1.7 COVID-19 ନାଁରେ ଜଣାଯାଇଥାଏ ଏବଂ ଏହା ପ୍ରଥମ ଥର ଗତବର୍ଷ ଡିସେମ୍ବର ସମୟରେ ବ୍ରିଟେନରେ ଖୋଜା ଯାଇଥିଲା।

ଦ୍ରୁତ ଗତିରେ କରିଥାଏ ସଂକ୍ରମିତ

ଅଧ୍ୟୟନରୁ ସାମ୍ନାକୁ ଆସିଛି କି, ଏହି ଭେରିଏଣ୍ଟ ଗତଥର ଅପେକ୍ଷା ବହୁତ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଜଲଦି ହିଁ ନିଜ ରୂପ ବଦଳାଉଛି। ଏହି କାରଣରୁ ଏହା ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରାଉଛି। ୟୁନିଭର୍ସିଟି ରିସର୍ଚ୍ଚରୁ ଜଣାପଡିଛି, ଏହି ଭେରିଏଣ୍ଟ ମାନବ ଶରୀରର କୋଶିକାଗୁଡ଼ିକରେ ବହୁତ ଜଲଦି ରହିଯାଇଥାଏ। ଏହା ଫଟୋରେ ମଧ୍ୟ ଦେଖାଯାଇ ପାରିବ।

ଭୟଙ୍କର ପ୍ରମାଣିତ ହେଉଛି ମ୍ୟୁଟେଶନ

ଏହି ନୂଆ ଭେରିଏଣ୍ଟ କାରଣରୁ ଭାରତରୁ ନେଇ ବ୍ରିଟେନ, କାନାଡା ଭଳି ଦେଶରେ କରୋନା ଭୟଙ୍କର ରୂପ ଧାରଣ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଗତବର୍ଷ କରୋନାର ଏହି ଭେରିଏଣ୍ଟ ବିଷୟରେ ଖୁଲାସା କରିଥିଲା ଏବଂ କହିଥିଲା କି, ଭାଇରସ ଭିତରେ ଅନେକ ମ୍ୟୁଟେଶନ ହୋଇସାରିଲାଣି, ଯାହାକି ବହୁତ ଭୟଙ୍କର ପ୍ରମାଣିତ ହେଉଛି।

ବିଶେଷଜ୍ଞଙ୍କ ମୁତାବକ, B.1.1.7 ଭେରିଏଣ୍ଟ ସାଧାରଣ ମାଇକ୍ରୋସ୍କୋପରେ ଧରିବା ବହୁତ ମୁସ୍କିଲ। ଏହାକୁ କେବଳ Cryo-Electron Microscope ଜରିଆରେ ଦେଖାଯାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.