ଭାରତରେ ଆସନ୍ତା ୧୩ ମଇରେ ଲଞ୍ଚ ହେବ ରେଡମିର ପ୍ରଥମ ସ୍ମାର୍ଟୱାଚ
ଚିନର ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଜିଓମି ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟୱାଚ ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ ତାରିଖ ମଧ୍ୟ ସ୍ଥିର ହୋଇସାରିଛି । ଆସନ୍ତା ୧୩ ମଇରେ ଲଞ୍ଚ ହେବାକୁ ଯାଉଛି ।
ସୋସିଆଲ ମିଡିଆରେ କମ୍ପାନୀ ତରଫରୁ ଏହାର ପ୍ରଥମ ଝଲକ ମଧ୍ୟ ଜାରି କରିଛି । ଭର୍ଚୁୁଆଲ ଇଭେଣ୍ଟ ମାଧ୍ୟମରେ ଏହାକୁ ଭାରତରେ ବଜାରରେ ଲଞ୍ଚ କରାଯିବ ।
ଏହି ଫୋନ ୧.୪ ଇଞ୍ଚର ସ୍କୋୟାର ସେପର ଡିସପ୍ଲେ ରହିଛି । ଯାହାର ରିଜଲ୍ୟୁସନ ୩୨୦ଞ୍ଚ୩୨୦ ପିକ୍ସଲ । ଏହା ବ୍ଲୁଟୁଥକୁ ସପୋର୍ଟ କରିଥାଏ । ଏଥିରେ ହାର୍ଟରେଟ ଓ ଜିଓମାଗ୍ନେଟିକ ଭଳି ସେଂସର ଦିଆଯାଇଛି ।
ଏଥିରେ ଦିଆଯାଇଥିବା ବ୍ୟାଟେରୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରଖିଥାଏ । ଏହା ଭାରତରେ କେଉଁ ଦାମରେ ଅସିବ ସେନେଇ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ । ଏହି ସ୍ମାର୍ଟୱାଚରେ ୫ଟି ମୋଡ ଦିଆଯାଇଛି ।