କରୋନା ବିରୋଧରେ ଭାରତୀୟ ନୌସେନାର ‘ଅପରେଶନ ସମୁଦ୍ର ସେତୁ’, ତରଳୀକୃତ ଅକ୍ସିଜେନ ସହିତ ଭାରତ ପହଞ୍ଚିଲା INS ତଲବାର

କରୋନା ସଙ୍କଟ ଭିତରେ ଜୀବନ ରକ୍ଷକ ଗ୍ୟାସର ବୃହତ ଡିମାଣ୍ଡକୁ ପୂରା କରିବା ଲକ୍ଷ୍ୟରେ ଭାରତୀୟ ନୌସେନା ‘ଅପରେଶନ ସମୁଦ୍ର ସେତୁ ଦୁଇ’ ଆରମ୍ଭ କରିଛି। ଏହା ଅଧୀନରେ ଭାରତୀୟ ନୌସେନା ଜାହାଜ ଆଇଏନଏସ ତଲବାର ବାହାରିନରୁ ୫୪ ଟନ ତରଳିକୃତ ଅକ୍ସିଜେନର ପ୍ରଥମ ମାଲ ଧରି ବୁଧବାର ନ୍ୟୁ ମଙ୍ଗଲୋରର ବନ୍ଦରଗାହରେ ପହଞ୍ଚିଛି। ଏ ନେଇ ସୂଚନା ଦେଇଛି ଭାରତୀୟ ନୌସେନା।

ଏଥି ସହିତ ନୌସେନା କହିଛି ଯେ ଆଇଏନଏସ ଐରାବତ ମେଡିକାଲ ରିଲିଫ ସାମଗ୍ରୀ ସହିତ ସିଙ୍ଗାପୁର ଛାଡ଼ି ସାରିଛି। ଏହି ଜାହାଜରେ ୩୬୦୦ରୁ ଅଧିକ ଅକ୍ସିଜେନ ସିଲିଣ୍ଡର ଏବଂ ୨୭ ଟନ ଓଜନର ୮ଟି ଅକ୍ସିଜେନ ଟ୍ୟାଙ୍କ ଅଛି। ଅକ୍ସିଜେନ ଡିମାଣ୍ଡକୁ ପୂରା କରିବା ପାଇଁ ଚଲାଯାଇଥିବା ଅଭିଯାନ ଅଧୀନରେ ଭାରତୀୟ ନୌସେନାର କେତେକ ଜାହାଜକୁ ସେବାରେ ଲଗାଯାଇଛି।

ଏହିଭଳି ‘ଅପରେଶନ ସମୁଦ୍ର ସେତୁ ଦୁଇ’ ଅଧୀନରେ ଦକ୍ଷିଣ ନୌସୈନ୍ୟ କମାଣ୍ଡର ଜାହାଜ ଆଇଏନଏସ ଶାର୍ଦ୍ଦୁଳକୁ ବିଦେଶରୁ ଅକ୍ସିଜେନ କଣ୍ଟେନର ଆଣିବା ପାଇଁ କୋଚ୍ଚିରୁ ପଠାଯାଇଛି। ଶାର୍ଦ୍ଦୁଳ ଜାହାଜକୁ ଟ୍ୟାଙ୍କ, ଟ୍ରକ ଏବଂ ସୈନିକମାନଙ୍କ ଯିବାଆସିବା ହିସାବରେ ପ୍ରସ୍ତୁତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.