ଭାରତରେ ତିଆରି କିଛି ବଛା ବଛା ମୋବାଇଲ୍ ଆପ୍‌, ଯାହା ହ୍ଵାଟସଆପ୍-ଟ୍ଵିଟର-ଟିକଟକକୁ ପକାଇବ ପଛରେ

ଭାରତରେ ଚାଇନା ମୋବାଇଲ ଆପ୍ ଉପରେ ପ୍ରତିବନ୍ଧ ଲାଗିବା ପରେ ଏବେ ଦେଶୀ ଆପ୍ ଖୁବ୍ ଲଞ୍ଚ ହେଉଛି। ଏହି ମୋବାଇଲ ଆପ୍ ଲୋକଙ୍କ ଭିତରେ ବହୁତ ଲୋକପ୍ରିୟ ହେବା ସହିତ ଲକ୍ଷ ଲକ୍ଷ ଏହାକୁ ଡାଉନଲୋଡ୍ ମଧ୍ୟ କରୁଛନ୍ତି। ଆଜି ଆମେ ଆପଣଙ୍କ ପାଖକୁ କିଛି ମେଡ ଇନ୍ ଇଣ୍ଡିଆ ମୋବାଇଲ ଆପ୍ ବିଷୟରେ ଜଣାଇବୁ, ଯାହା ହ୍ଵାଟସଆପ୍ ଠାରୁ ନେଇ ଟ୍ଵିଟର ପର୍ଯ୍ୟନ୍ତ ସବୁର ଯାଗା ନେଇପାରିବ। ତେବେ ଆସନ୍ତୁ ନଜର ପକାଇବା ଏହି ଦେଶୀ ମୋବାଇଲ୍ ଆପ୍ ଉପରେ।

Sandes

ଏହି ଆପକୁ ଆପଣ ହ୍ଵାଟସଆପର ବିକଳ୍ପରେ ବ୍ୟବହାର କରିପାରିବେ। ଏହି ଆପରେ ଆପଣଙ୍କୁ ଆଣ୍ଡ ଟୁ ଆଣ୍ଡ ଏନିକ୍ରିପସନ୍‌, କଣ୍ଟାକ୍ଟ ସେୟାରିଙ୍ଗ, ମେସେଜ ଷ୍ଟାଇଲିଙ୍ଗ, ଗ୍ରୁପ ଚାଟିଙ୍ଗ ଏବଂ ଭଏସ କଲ୍ ଭଳି ଅନେକ ଫିଚର୍ସ ପାଇପାରିବେ। ଏହି ଆପର ସାଇଜ 31MB ରହିଛି ଏବଂ ଏହାକୁ ଆପଣ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ।

Koo

ଏହି ମୋବାଇଲ୍ ଆପକୁ ଖାସ୍ କରି ଟ୍ଵିଟରର ବିକଳ୍ପରେ ୟୁଜ୍ କରାଯାଇପାରିବ। ଏହି ଆପ୍ ଜରିଆରେ ୟୁଜର୍ସ ଟ୍ଵିଟର ଭଳି ନିଜ ବିଚାରକୁ ପରିପ୍ରକାଶ କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୁ ଆପ୍ ଅନେକ ଭାରତୀୟ ଭାଷାକୁ ସପୋର୍ଟ କରିଥାଏ। ଏହି ଆପର ସାଇଜ 23MB ରହିଛି ଏବଂ ଏହାକୁ ଆପଣ ଗୁଗଲ ପ୍ଲେ ଷ୍ଟୋର-ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ।

Moj

ମୋଜ୍ ଆପ୍ ଲୋକଙ୍କ ଭିତରେ ଏବେ ପପୁଲାର ହୋଇଗଲାଣି। ଏହି ମୋବାଇଲ ଆପ୍ ଟିକଟିକର ସ୍ଥାନ ନେଉଛି। ମୋଜ୍ ଆପ୍ ବିଷୟରେ କହିବା ତ ଏହା ସର୍ଟ ଭିଡିଓ ସେୟାରିଙ୍ଗ୍ ଆପ୍ ଅଟେ। ଏହା ଦେଶୀ ଆପ୍ ଅଟେ। ଏଥିରେ ୟୁଜର୍ସ ନିଜ ଭିଡିଓ ବନାଇବା ଏବଂ ସେୟାର କରିବା ସହିତ ଅନ୍ୟର ଭିଡିଓ ଦେଖି ବି ପାରିବେ। ଏଥିରେ ଭିଡିଓର ଟାଇମ ଲିମିଟ୍ ୧୫ ସେକେଣ୍ଡ ରହିଛି। ଅର୍ଥାତ୍ ୟୁଜର୍ସ ୧୫ ସେକେଣ୍ଡର ଭିଡିଓ ବନାଇ ଏହାକୁ ଫିଲ୍ଟର କରି ସେୟାର କରପାରିବେ।

FAU-G

ଆପଣ ପବଜିର ବିକଳ୍ପ ଖୋଜୁଛନ୍ତି ଯଦି ତାହେଲେ ଗେମ୍ ଆପଣଙ୍କ ପାଇଁ ଭଲ ବିକଳ୍ପ ରହିବ। ଫୌଜି ଗେମ୍ ବିଷୟରେ କହିବା ତ ଏହା ଆଣ୍ଡ୍ରଏଡ୍ ୮ ଏବଂ ତାଠାରୁ ଅପଗ୍ରେଡ୍ ଭର୍ସନକୁ ସପୋର୍ଟ କରିଥାଏ। ଏହା ସିଙ୍ଗଲ ପ୍ଲେୟାର ଗେମ ଅଟେ ଏବଂ ଏଥିରେ ୟୁଜର୍ସଙ୍କୁ କ୍ୟାମ୍ପେନ ମୋଡ ସହିତ ଟିମ୍ ଡେଥମ୍ୟାଚ ଏବଂ ଫ୍ରି ଫର ଅଲ୍ ମୋଡ୍ ମିଳିବ। ଏହାର ଗ୍ରାଫିକ୍ସ ବହୁତ ସାନଦାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.