Below header

ଆଦାର ପୁନାଓ୍ଵାଲାଙ୍କୁ ଜେଡ୍‌ ପ୍ଲସ ସିକ୍ୟୁରିଟି ଦାବି, ବମ୍ବେ ହାଇକୋର୍ଟରେ କରାଯାଇଛି ଆବେଦନ

ମୁମ୍ବାଇ: ଆଦାର ପୁନାଓ୍ଵାଲାଙ୍କୁ ଜେଡ୍‌ ପ୍ଲସ ସିକ୍ୟୁରିଟି ଦାବି । କୋଭିସିଲଡ ଟିକା ପ୍ରସ୍ତୁତକାରୀଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଦେବାକୁ ଦାବି । ଏନେଇ ବମ୍ବେ ହାଇକୋର୍ଟରେ ଏକ ଆବେଦନ କରାଯାଇଛି । ସିରମ ଇନିଷ୍ଟିଚ୍ୟୁଟ୍‌ର ସିଇଓ ଆଦାର ପୁନାଓ୍ଵାଲାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଦେବାକୁ ଦାବି କରାଯାଇଛି । ଏହାସହ ଟିକା ଯୋଗାଣ ନେଇ ଆଦାର ପୁନାଓ୍ଵାଲାଙ୍କୁ ଧମକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ତାଙ୍କ ଓକିଲ ଦତ୍ତା ମାନେ କହିଛନ୍ତି ।

ସେ କହିଛନ୍ତି ଯେ, ଆଦାର ପୁନାଓ୍ଵାଲା ଭାରତରେ ସୁରକ୍ଷିତ ନୁହଁନ୍ତି । ଯାହାକି ଟିକା ଉତ୍ପାଦନ ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ପୁନାଓ୍ଵାଲା ଯଦି ଭୟରେ ଭାରତ ବାହାରେ ରହିବେ, ତୋଫାନ ସମୟରେ କ୍ୟାପଟେନ୍‌ ବିନା ଜାହାଜ ଭଳି ସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ଆଦାର ପୁନାଓ୍ଵାଲାଙ୍କୁ Y ସିକ୍ୟୁରିଟି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ନିକଟରେ ଆଦାର ପୁନାଓ୍ଵାଲା କହିଥିଲେ ଯେ ଟିକା ଯୋଗାଣ ନେଇ ତାଙ୍କୁ ଧମକ ଆସୁଛି । ଭାରତରେ ସେ ସୁରକ୍ଷିତ ନୁହେଁ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.