ରାଷ୍ଟ୍ରୀୟ ସ୍ବାସ୍ଥ୍ଯ ମିଶନରେ ଖାଲିପଡିଛି ଷ୍ଟାଫ ନର୍ସ ସହିତ ଅନେକ ପଦବୀ, ଜଲଦି କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ରାଷ୍ଟ୍ରୀୟ ସ୍ବାସ୍ଥ୍ଯ ମିଶନ ରତ୍ନଗିରିରେ ଖାଲିପଡିଛି ୧୬୬ ପଦବୀ। ଏଥିପାଇଁ ନୋଟିଫିକେସନ ଜାରି କରିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ରତ୍ନଗିରି ପ୍ରଶାସନର ଅଫିସିଆଲ ୱେବସାଇଟକୁ ଯାଇ ଆପ୍ଲିକେସନ ଫର୍ମ ଜରିଆରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୩୧ ମଇ ୨୦୨୧ ରହିଛି। ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଭଲଭାବେ ନୋଟିଫିକେସନକୁ ପଢିନିଅନ୍ତୁ। ଫର୍ମରେ କୌଣସି ପ୍ରକାର ଭୁଲକୁ ସ୍ବୀକାର କରାଯିବ ନାହିଁ।

ପଦବୀ ବିବରଣୀ: ୧୬୬

ଷ୍ଟାଫ ନର୍ସ: ୧୦୦
ଲାବ୍ରୋଟରୀ ଟେକ୍ନିସିଆନ: ୧୬
ମେଡିକାଲ ଅଫିସର: ୧୫
ଆନାସ୍ଥେସିଓଲୋଜିଷ୍ଟ:୧୫
ଆୟୁଷ ମେଡିକାଲ ଅଫିସର: ୧୨
ଫିଜିସିଆନ: ୬
ମାଇକ୍ରୋବାୟୋଲଜିଷ୍ଟ: ୨

ଶିକ୍ଷାଗତ ଯୋଗ୍ଯତା: ଜାରି ହୋଇଥିବା ନୋଟିଫିକେସନ ମୁତାବକ, ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ଯତା ନିର୍ଦ୍ଧାରିତ କରାଯାଇଛି।

ଏମିତି କରନ୍ତୁ ଆବେଦନ:

ଆବେଦନ କରିବା ପାଇଁ ପ୍ରଥମେ ରତ୍ନଗିରି ପ୍ରଶାସନର ୱେବସାଇଟ ratnagiri.gov.inକୁ ଯାଆନ୍ତୁ।

ଏହାପରେ ଭର୍ତ୍ତି ସେକ୍ସନ ‘ରିକ୍ରୁଟମେଣ୍ଟ ମୋର କୋଭିଡ-୧୯’ ଆଗକୁ ଯାଇ View ଲିଙ୍କରେ କ୍ଲିକ କରନ୍ତୁ।

ଏହା ପରେ ନୋଟିଫିକେସନକୁ ଯାଇ https://ratnagiri.gov.in/notice_category/recruitment/ ଡାଉନଲୋଡ କରନ୍ତୁ।

ପରେ ଧ୍ୟାନର ସହିତ ପଢିବା ପରେ ମଗାଯାଇଥିବା ଡକ୍ଯୁମେଣ୍ଟକୁ ବିଜ୍ଞାପନରେ ଦିଆଯାଇଥିବା ଇମେଲ ଆଇଡିରେ ପଠାଇଦିଅନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.