ଅକ୍ଷୟ ତୃତୀୟା ଦିନ ହୁଏ ପାପ ନାଶ, ରାଶି ଅନୁସାରେ ପାପ ଦୂର କରିବା ପାଇଁ କରନ୍ତୁ ଏହି କାମ
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ। ଏଥର ୧୪ ମେ ଶୁକ୍ରବାର ଦିନ ପାଳନ କରାଯିବ। ଅକ୍ଷୟ ତୃତୀୟାରେ ମାଙ୍କ କୃପା ପ୍ରାପ୍ତ ହୋଇଥାଏ। ଶାସ୍ତ୍ରରେ ଏହି ଦିନର ମହତ୍ତ୍ୱ ଏତେ ଯେ ଏହି ଦିନ ପାପର ବିନାଶ ହେବା ସହିତ ସୁଖ ପ୍ରାପ୍ତି ହୋଇଥାଏ। ଏହି ଦିନ ରାଶି ଅନୁସାରେ କିଛି ଉପାୟ କରାଯାଏ ଯାହା ଆପଣଙ୍କୁ ଅନେକ ଲାଭ ପ୍ରଦାନ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।
- ମେଷ ରାଶିର ଜାତକ ଥିବା ବ୍ୟକ୍ତି ଲାଲ କପଡା ସହିତ ଲଡୁ ଦାନ କରିବା ଉଚିତ।
- ବୃଷ ରାଶିର ଲୋକ ଅକ୍ଷୟ ତୃତୀୟା ଦିନ ଧନ ଲାଭ ଏବଂ ଶୁକ୍ରଦୋଷ ପ୍ରଭାବକୁ କମ୍ କରିବା ପାଇଁ କଳଶରେ ଜଳ ଭରି ଦାନ କରିବା ଉଚିତ।
- ମିଥୁନ ରାଶିର ବ୍ୟକ୍ତି ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମୁଗ ଡାଲିକୁ ଦାନ କରିବା ଉଚିତ। ଏମିତି କଲେ ସୁଖ-ସମୃଦ୍ଧି ଏବଂ ଧନ ଲାଭ ହୋଇଥାଏ।
- କର୍କଟ ରାଶି ବ୍ୟକ୍ତିଙ୍କୁ ଅକ୍ଷୟ ତୃତୀୟା ଦିନ ରୂପାର ମୋତି ଧାରଣ କରିବା ଉଚିତ। ଏମିତି କରିବା ଦ୍ୱାରା ଆୟୁଷ ବଢ଼ିଥାଏ।
- ସିଂହ ରାଶିର ଲୋକ ଅକ୍ଷୟ ତୃତୀୟା ଦିନ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହାସହିତ ଗୁଡ ଦାନ କରନ୍ତୁ।
- କନ୍ୟା ରାଶିର ବ୍ୟକ୍ତି ଅକ୍ଷୟ ତୃତୀୟା ଦିନ ପାନ୍ନା ଧାରଣ କରିବା ଦ୍ୱାରା ସବୁବେଳେ ତାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ରହିଥାଏ।
- ତୁଳା ରାଶିର ବ୍ୟକ୍ତି ଅକ୍ଷୟ ତୃତୀୟା ଦିନ ଧଳା କପଡା ଦାନ କରିବା ଉଚିତ। ଏହି ଦିନ ଘରେ ଧଳା ରଙ୍ଗର ମୂର୍ତ୍ତି ସ୍ଥାପନା କରନ୍ତୁ।
- ବିଛା ରାଶିର ବ୍ୟକ୍ତିଙ୍କୁ ଅକ୍ଷୟ ତୃତୀୟା ଦିନ ଧନ ଲାଭ ଫଳ ଏବଂ କପଡା ଦାନ କରିବା ଉଚିତ।
- ଧନୁ ରାଶିର ବ୍ୟକ୍ତିଙ୍କୁ ଅକ୍ଷୟ ତୃତୀୟାରେ ହଳଦିଆ କପଡାରେ ହଳଦି ଗୁଡାଇ ପୂଜା ସ୍ଥଳରେ ରଖିବା ଉଚିତ। ଏହାସହିତ ହଳଦିଆ ବସ୍ତୁକୁ ଦାନ ମଧ୍ୟ କରିବା ଉଚିତ।
- ମକର ରାଶିର ଲୋକ ଅକ୍ଷୟ ତୃତୀୟା ଦିନ କୌଣସି ପାତ୍ରରେ ରାଶି ରଖି କଳା କପଡାରେ ଗୁଡାଇ ଘରର ପୂର୍ବ କୋଣରେ ରଖି ଦିଅନ୍ତୁ। ଏହି ଉପାୟ ଆପଣଙ୍କୁ ଧନ ଲାଭ ସହିତ ଭାଗ୍ୟଶାଳୀ ବି କରିବ।
- କୁମ୍ଭ ରାଶିର ବ୍ୟକ୍ତି ଏହି ଦିନ ରାଶି, ଲୁହା, ନଡିଆ ଦାନ କରିବା ଦ୍ୱାରା ଆପଣଙ୍କ ପାଇଁ ଅନୁକୂଳ ରହିବ। ଧନ ଲାଭ ପାଇଁ ଅକ୍ଷୟ ତୃତୀୟାରେ ଏହି ଉପାୟ ବହୁତ ଶୁଭ ରହିବ।
- ମୀନ ରାଶିର ଲୋକ ଏହି ଦିନ ହଳଦିଆ ରଙ୍ଗର କପଡାରେ ହଳଦିଆ ଫୁଲ ବାନ୍ଧି ଉତ୍ତର ପୂର୍ବ ଦିଗରେ ରଖିଦିଅନ୍ତୁ। ଏହି ଉପାୟ ଦ୍ୱାରା ଧନ ଏବଂ ସମ୍ମାନ ଉଭୟ ବଢ଼ିବ।