ଶ୍ୱେତା ତିୱାରୀ ସେୟାର କଲେ ଛାତିଥରା CCTV ଫୁଟେଜ, ଲେଖିଲେ, ‘ଏବେ ସତକୁ ସାମ୍ନାକୁ ଆସିବାକୁ ଦିଅ’

ଅଭିନେତ୍ରୀ ଶ୍ୱେତା ତିୱାରୀ ଏବେ କେପ ଟାଉନରେ ଅଛନ୍ତି ଏବଂ ନିଜ ଅପକମିଙ୍ଗ ରିୟାଲିଟି ଶୋ’ Khatron Ke Khiladi ସିଜନ ୧୪ର ଶୁଟିଂ କରୁଛନ୍ତି। କିନ୍ତୁ ଏହାରି ଭିତରେ ଶ୍ୱେତା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଶ୍ୱେତାଙ୍କ ପୂର୍ବ ସ୍ୱାମୀ ତାଙ୍କ ଉପରେ ଅନେକ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି, ଯାହାର ଜବାବ ଶ୍ୱେତା ଦେଇ ଚାଲିଛନ୍ତି।

ନିକଟରେ ସେୟାର କରାଯାଇଥିବା କିଛି ଭିଡିଓରେ ସ୍ୱାମୀ ଅଭିନବ କୋହଲି ଶ୍ୱେତାଙ୍କୁ ମିଛେଇ ବୋଲି କହିଥିବା ନଜର ଆସିଛି। ଆଉ ଏପଟେ ଏହି ସବୁ ଭିଡିଓର ଜବାବ ଶ୍ୱେତା ନିଜେ ଏକ ଭିଡିଓ ସେୟାର କରି ଦେଇଛନ୍ତି। ଏଥିରେ ଶ୍ୱେତା ନିଜେ କୌଣସି କଥା କହି ନାହାନ୍ତି, ବରଂ ଏକ ସିସିଟିଭିରେ ରେକର୍ଡ ହୋଇଥିବା ଏକ ଘଟଣାକୁ ଦେଖାଇଛନ୍ତି, ଯାହାକି ବହୁତ କିଛି ଦର୍ଶାଉଛି।

ଭିଡିଓରେ ଅଭିନବ ଶ୍ୱେତାଙ୍କଠାରୁ ତାଙ୍କ ପିଲାକୁ ଛଡାଉଥିବା ଦେଖିବାକୁ ମିଳୁଛି। ଭିଡିଓର କ୍ୟାପସନରେ ଶ୍ୱେତା ଲେଖିଛନ୍ତି, ଏବେ ସତକୁ ସାମ୍ନାକୁ ଆସିବାକୁ ଦିଅ। ଏ ମୋ ଛୁଆ, ଏଥିପାଇଁ ମୁଁ ତାକୁ ନେଇ ଭୟଭୀତ ରହୁଛି। ଏହି ଘଟଣା ପରେ ମୋ ପୁଅ ପାଖାପାଖି ୨ ମାସ ଯାଏ ଡରିକି ରହିଥିଲା। ଆଜି ବି ସେ ଡରିକି ରହିଛି କି, ତା’ ପାପା ତାକୁ ଭେଟିବାକୁ ଆସୁଛନ୍ତି। ମୁଁ ନିଜେ ଛୁଆକୁ ଏହିଭଳି ମେଣ୍ଟାଲ ଡ୍ରାମା ଦେଇ ଯିବାକୁ ଦେଇ ପାରିବିନି। ମୁଁ ପୂରା ଚେଷ୍ଟା କରୁଛି, ପିଲାକୁ ଯେପରି ଶାନ୍ତ ରଖିପାରିବି, କିନ୍ତୁ ଏହି ଲୋକ ଚାହୁଁଛି, ପିଲାର ମାନସିକ ସ୍ୱାସ୍ଥ୍ୟ ବିଗିଡ଼ି ଯାଉ। ଯଦି ଏହା ଶାରୀରିକ ଶୋଷଣ ନୁହେଁ ତ କ’ଣ?

ତେବେ ଶ୍ୱେତା ଲେଖିଛନ୍ତି କି, ଏହି ଭିଡିଓ ତାଙ୍କ ଆକାଉଣ୍ଟରେ ସବୁବେଳେ ରହିବ ନାହିଁ। ପରେ ସେ ଏହାକୁ ଡିଲେଟ କରିଦେବେ। ଏବେ ସତ ସାମ୍ନାକୁ ଆସିବା ପାଇଁ ହିଁ ଏହାକୁ ସେୟାର କରୁଛନ୍ତି।

 

View this post on Instagram

 

A post shared by Wonder Woman (@celebdiary1)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.