ହସପିଟାଲରେ ବେଡ଼ରେ ଲଭ୍‌ ୟୁ ଜିନ୍ଦେଗୀ ଗୀତ ଶୁଣୁଥିଲେ କିନ୍ତୁ ଦୁନିଆ ଛାଡି ଚାଲିଗଲେ ଏହି ଯୁବତୀ

ମୋତେ ମୋ ଜୀବନ ବହୁତ ଭଲ ଲାଗେ । ସେ କହୁଥିଲେ ମୁଁ ବଞ୍ଚିବି । ମୁଁ ବି କରୋନା ସହ ଜୀବନ ଯୁଦ୍ଧରେ ଜିତିପାରିବି । ସେଥିପାଇଁ ହସ୍ପିଟାଲ ବେଡରେ NIV ସପୋର୍ଟରେ ଥିଲେ । ଆଉ ମରିବାର ଶେଷ ମୂହୂର୍ତ୍ତ ଯାଏଁ ଶୁଣୁଥିଲେ ଲଭ ୟୁ ଜିନ୍ଦେଗୀ । ହେଲେ ’ଡିଅର ଜିନ୍ଦେଗି’ ଫିଲ୍ମର ‘ଲଭ୍ ୟୁ ଜିନ୍ଦେଗି’ ଗୀତ ଶୁଣୁ ଶୁଣୁ ଦୁନିଆ ଛାଡି ଚାଲିଯାଇଛନ୍ତି ଜଣେ ୩୦ ବର୍ଷୀୟ ଯୁବତୀ।

କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଆଉ ଏହାକୁ ସେୟାର କରିଥିଲେ ନିଜେ ଯୁବତୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର। ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଜଣେ ଯୁବତୀ ବେଡରେ ବସି ଗୀତ ଶୁଣୁଛନ୍ତି । ତାଙ୍କୁ ଦେଖି ଲାଗୁଛି ଯେ ତାଙ୍କ ଅବସ୍ଥା ବହୁତ ଜଟିଳ ଅଛି। ଏପରିକି ତାଙ୍କୁ ରେମଡିସିଭିର ଓ ପ୍ଲାଜମା ଥେରାପି ମଧ୍ୟ ଦିଆଯାଇଥିଲା । ତଥାପି ସେ ହାର ନମାନି ଲଭ ୟୁ ଜିନ୍ଦେଗୀ ଗୀତ ଶୁଣୁଥିଲେ । ସମସ୍ତେ ତାଙ୍କ ସାହସକୁ ପ୍ରଶଂସା କରୁଥିଲେ।

ଡାକ୍ତର ମୋନିକା ଜଣାଇଥିଲେ ଯେ ଯୁବତୀଙ୍କ ମନୋବଳ ଦୃଢ ଥିଲା । ସେ ଆଇସିୟୁରେ ଭର୍ତ୍ତି ହେବା ପରେ ଡାକ୍ତରଙ୍କୁ ପଚାରିଥିଲେ କି ମୁଁ ଗୀତ ଶୁଣିପାରିବି । ଆଉ ତାଙ୍କର ଏହି ଆତ୍ମବିଶ୍ୱାସ ଦେଖିବା ପରେ ଡାକ୍ତର ବି ରାଜି ହୋଇଗଲେ। ଶେଷରେ ସେୟା ହୋଇଥିଲା ଯୁବତୀ ଜଣଙ୍କ ଗୀତ ଶୁଣି ଶୁଣି ରୋଗ ସହ ଫାଇଟ କରୁଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା, ହାର ମାନିଯାଇଥିଲା ତାଙ୍କ ମନୋବଳ , ଡାକ୍ତରଙ୍କ ସତ ଚେଷ୍ଟା ପରେ ବି ସବୁଦିନ ପାଇଁ ଜୀବନକୁ ଅଲବିଦା କହି ଚାଲିଗଲେ ଏହି ଯୁବତୀ।ୟୁଜରମାନେ ସୋସିଆଲ ମିଡିଆରେ ଝିଅଟିର ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି। ଏହି ସମୟରେ, ଯେତେବେଳେ ସୋନୁ ସୁଦ ଏହି ବିଷୟରେ ଜାଣିବାକୁ ପାଇଲେ, ସେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.