ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଉଛି । ଅଗ୍ନିଶମ ବାହିନୀ , ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ଚାରିଦ୍ୱାର, ବ୍ୟାରିକେଡ ଓ ଅନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି ।
ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ସଂକ୍ରମଣକୁ ଆଶଙ୍କା କରି ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ଆଜି ସପ୍ତାହନ୍ତ ସଟଡାଉନ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ଓ ଚେକିଂ କରାଯାଉଛି ।