Whatsappକୁ ଟକ୍କର ଦେବାକୁ ପ୍ରସ୍ତୁତ Telegram, ନୂଆ ଫିଚର୍ସ ଆଣିଲା ଟେଲିଗ୍ରାମ
ହ୍ବାଟସଆପକୁ ଟକ୍କର ଦେବା ପାଇଁ ଟେଲିଗ୍ରାମ କୌଣସି ପ୍ରକାର ଚେଷ୍ଟା ମଧ୍ୟ ଛାଡୁନି। ପୁଣି ହ୍ବାଟସଆପକୁ ଟକ୍କର ଦେବା ପାଇଁ ଟେଲିଗ୍ରାମ ନୂଆ ଅପଡେଟ୍ ନେଇ ଆସିଛି। ଯାହା ପୂର୍ବରୁ ହ୍ବାଟସଆପରେ ମିଳୁଥିଲା, ଏବେ ଟେଲିଗ୍ରାମରେ ମଧ୍ୟ ମିଳିବ। ଟେଲିଗ୍ରାମ ନିଜର ଆପକୁ ଅପଡେଟ କରି ନୂଆ ଆଡ ଅନ ଫିଚର ଯୋଡିଛି। ନୂଆ ଅପଡେଟରେ ସିଡ୍ଯୁଲିଂ ଭଏସ ଚାଟ୍, ଭଏସ ଚାଟ୍ ପାଇଁ ମିନି ପ୍ରୋଫାଇଲ, ନୂଆ ୱେବ ଭର୍ସନ ଏବଂ ପେମେଣ୍ଟସ୍ ୨.୦ ଭଳି ଅପଡେଟ୍ ସାମିଲ।
ଏହାଛଡା ଟେଲିଗ୍ରାମରେ ଇନଷ୍ଟାଣ୍ଟ ମେସେଜିଂ ଆପରେ ଭିଟା ଭର୍ସନରେ ଗ୍ରୁପ କଲିଂ ଫିଚର ରୋଲଆଉଟ କରିବା ଆରମ୍ଭ କରିଛି। ଆସନ୍ତୁ ଜାଣିବା କିପରି ଟେଲିଗ୍ରାରେ ଗ୍ରୁପ କଲ ଭଳି ଫିଚରକୁ କିଭଳି ୟୁଜ କରିବେ।
ଏମିତି କରନ୍ତୁ ଭିଡିଓ କଲ୍:
– ନିଜ ସ୍ମାର୍ଟଫୋନରେ ଟେଲିଗ୍ରାପ ଆପ୍ ଓପନ କରନ୍ତୁ।
– କୌଣସି ଗ୍ରୁପ ଚାଟର ୱିଣ୍ଡୋକୁ ଯାଇ ଏହାର ହେଡରରେ ଟ୍ଯାପ କରନ୍ତୁ।
– ଏଠାରେ ଆପଣ ଗ୍ରୁପ ମେମ୍ବରର୍ସ ଏବଂ ନୋଟିଫିକେସନ ସେଟିଂ ସମେତ ଗ୍ରୁପ ସମ୍ବନ୍ଧିତ ଅନ୍ଯ ଡିଟେଲ୍ସ ଦେଖିବାକୁ ମିଳିବ।
– ଏବେ ଟପ୍ ରାଇଟ କର୍ନରରେ ଥିବା ତିନୋଟି ଡଟ(…)ରେ ଟ୍ଯାପ କରି ଷ୍ଟାର୍ଟ ଭଏସ ଚାଟ୍ ଅପସନ ସିଲେକ୍ଟ କରନ୍ତୁ।
– ଏବେ ଆପଣଙ୍କୁ ନୂଆ ପପ୍ ଅପ ୱିଣ୍ଡୋ ଦେଖାଯିବ। ଯେଉଁଠାରେ ଆପଣ ମେମ୍ବରକୁ ସିଲେକ୍ଟ କରି ଗ୍ରୁପ କଲ କରିପାରିବେ।
– ଟେଲିଗ୍ରାମରେ ଗ୍ରୁପ କଲ୍ରେ only admins can talk ନାମକ ଏକ ସୁବିଧା ମିଳୁଛି। ଏହି ବକ୍ସରେ ଟିକ୍ କରିବା ପରେ କେବଳ କଲ କରିଥିବା ଲୋକ କହିବ ଏବଂ ଅନ୍ଯ ଲୋକ କେବଳ ଶୁଣିବେ।