Below header

ମାଟି କାଦୁଅରେ ଫସି ଯାଇଥିଲା ମାଈ ହାତୀ, ଜେସିବି ଲଗାଇ ଉଠାଇଲେ ବନ କର୍ମଚାରୀ, ଭାଇରାଲ ହେଉଛି ଭିଡିଓ

କର୍ଣ୍ଣାଟକ ରାଜ୍ୟର ବାନ୍ଦିପୁର ଟାଇଗର ରିଜର୍ଭର ମୋଲେୟୁର ରେଞ୍ଜ ଅଧିନସ୍ଥ ଏକ ସ୍ଥାନରେ ସର ସର ମାଟି କାଦୁଅରେ ଫସି ରହିଥିବା ଏକ ହାତୀର ଜୀବନ ବଞ୍ଚାଯାଇଛି । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ଯଦି ଆପଣ ଭଲରୂପେ ଦେଖିବେ ଜାଣିପାରିବେ ଏକ ମାଈ ହାତୀ ସର ସର ମାଟି କାଦୁଅରେ ଫସି ରହିଛି । ଆଉ ଜୀବନ ପ୍ରମାଣେ ଏଠାରୁ ବାହାରିବା ପାଇଁ ଚେଷ୍ଟା ଚଳାଇଛି । କିନ୍ତୁ ଯେତେ ଚେଷ୍ଟା କଲେ ବି ବାହାରି ପାରୁନାହିଁ । ଏହି ଘଟଣା ଫରେଷ୍ଟ ଅଧିକାରୀଙ୍କ ନଜରରେ ପଡ଼ନ୍ତେ ସେମାନେ ଏକ ଜେସିବି ସାହାଯ୍ୟରେ ହାତୀଟିକୁ ବାହାରକୁ ବାହାର କରି ତାକୁ ମାରନା ମୁହଁରୁ ଛଡ଼ାଇ ଆଣିଛନ୍ତି ।

ଆଉ ଥରେ ଭଲ ଭାବରେ ଭିଡିଓଟିକୁ ଦେଖନ୍ତୁ । ଆପଣ ମାନେ ଦେଖିପାରୁଥିବେ ହାତୀଟି କେମିତି କାଦୁଅରେ ଫସି ଯାଇଛି । ଆଉ କେମିତି ବାହାରିବ ସେନେଇ ଗୋଡ ହାତ ବାଡ଼େଇ ଚେଷ୍ଟା ଚଳାଇଛି । କିନ୍ତୁ ତଥାପି ପାରୁନି । ବୋଧହୁଏ ଚିକ୍କଣ ମାଟି ହୋଇଥିବାରୁ ତାକୁ ଉଠିବାକୁ କଷ୍ଟ ହେଉଛି । କିନ୍ତୁ ଅଧିକାରୀ ମାନେ ଜେସିବି ସାହାଯ୍ୟରେ ଧକ୍କା ଦେଇ ତାକୁ ବାହାର କରିଛନ୍ତି ।

ଭିଡିଓଟିକୁ ରବିବାର ଦିନ ଟ୍ୱିଟର ଯୋଗେ “ବାନ୍ଦିପୁର ଟାଇଗର ରିଜର୍ବ” ତରଫରୁ ସେୟାର କରାଯାଇଛି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତି, “ବାନ୍ଦିପୁର ଟାଇଗର ରିଜର୍ଭରେ ଫସି ରହିଥିବା ହାଥୀଟିକୁ ସଫଳତାର ସହ ଉଦ୍ଧାର କରାଯାଇଛି” । ଆଉ ସେୟାର ହେବା ମାତ୍ରେ ହିଁ ଖୁବ ଦ୍ରୁତ ଗତିରେ ଭିଡିଓଟି ଭାଇରାଲ ମଧ୍ୟ ହେଉଛି । ଏହା ସହ ଫରେଷ୍ଟ ଅଧିକାରୀଙ୍କ ଏମିତି ଏକ ପ୍ରଶଂସନୀୟ କାମକୁ ଲୋକେ ବି ଖୁବ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.