ଭୀଷଣ ବାତ୍ୟା ବେଳେ ପାଣିରେ ଭାସୁଥିବା ଯୁବକ କଲେ ନୋରା ଫତେହିଙ୍କ ‘ହାଏ ଗର୍ମୀ’ ଗୀତରେ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ
ଏବେ ସାରା ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ଇତିମଧ୍ୟରେ ବାତ୍ୟା ତାଉତେ ମଧ୍ୟ ଗୁଜରାଟ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରବଳ କ୍ଷୟକ୍ଷତି କରିଛି। ବାତ୍ୟା ଯୋଗୁ ସହ ଶହ ଶହ ଲୋକ ପ୍ରଭାବିତ ବି ହୋଇଛନ୍ତି। କିନ୍ତୁ କିଛି ଲୋକ ବାତ୍ୟା ସମୟରେ ବି ମସ୍ତି କରୁଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ବାତ୍ୟା ସମୟରେ ଜଣେ ଯୁବକ ପାଣିରେ ଭାସୁଥିବା ଏକ ଗଦି ଉପରେ ଜୀବନ ବଞ୍ଚାଇବାକୁ ଶୋଇଛନ୍ତି। କିନ୍ତୁ ଏହି ବିପଦପୂର୍ଣ୍ଣ ମୁହୂର୍ତ୍ତରେ ବି ସେ ନାଚିବା କିନ୍ତୁ ଛାଡ଼ି ପାରିନାହାନ୍ତି। ପାଣିରେ ଭାସି ଭାସି ଯିବା ବେଳେ ମଧ୍ୟ ସେ ନୋରା ଫତେହିଙ୍କ ହିଟ ଗୀତ ହାଏ ଗର୍ମୀରେ ଡ୍ୟାନ୍ସ କରୁଛନ୍ତି।
ଦେଖନ୍ତୁ ଭିଡିଓ:
View this post on Instagram
ଯୁବକଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। କିଛି ଲୋକ ଯୁବକଙ୍କୁ ପାଗଳ କହୁଥିବା ବେଳେ ଆଉ କିଛି ବିପଦ ବେଳେ ଭୟରୁ ଦୂରେଇ ରହିବାକୁ ଯୁବକଙ୍କ ବୁଦ୍ଧିକୁ ପ୍ରଶଂସା କରିଛନ୍ତି। ଭିଡିଓକୁ ଇନଷ୍ଟାଗ୍ରାମରେ @shady_dj_09 ଆକାଉଣ୍ଟରୁ ସେୟାର କରାଯାଇଛି।