WTC କାଉଣ୍ଟଡାଉନ, ଆଉ ମାସେ ପରେ ପ୍ରଥମ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ

କେନ୍ୟୁଜ୍‌ (ବ୍ୟୁରୋ) : ଆଉ ମାସେ ପରେ ଇଂଲଣ୍ଡରେ ପ୍ରଥମ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ । ଜୁନ ୧୮ ତାରିଖରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଆଇସିସି ଦ୍ୱାରା ଆୟୋଜିତ ପ୍ରଥମ WTC ଇଂଲଣ୍ଡର ସାଉଥାମ୍ପଟନ ଏଜିଅସ ବାଉଲରେ ଖେଳାଯିବ । ମ୍ୟାଚକୁ ନେଇ ଉଭୟ ଦଳ ଆରମ୍ଭ ଜୋରଜାର ଅଭ୍ୟାସ କରିଛନ୍ତି । କ୍ୱିଓ୍ଵି ଅଧିନାୟକ କେନ ଓ୍ଵିଲିୟମସନ କହିଛନ୍ତି । ଭାରତ ସହ ଫାଇନାଲ ମୁକାବିଲା ଏକ ବଡ ଆହ୍ନାନ । ମୁକାବିଲା ପୂର୍ବରୁ ଯେପରି ରୋମାଞ୍ଚ ଅନୁଭୁୁତ ହେଉଛି । ଠିକ ସେହିପରି ବିରାଟ କୋହଲୀଙ୍କ ଟିମ ସହ ଲଢେଇ କରିବା ମଧ୍ୟ କଷ୍ଟକର ମନେହେଉଛି । ଭାରତ ସହ ଯେତେବେଳେ ମୁକାବିଲା ହୋଇଥାଏ । ତାହା ଚମତ୍କାର ଲଢେଇରେ ଶେଷ ହୋଇଥାଏ । ଫାଇନାଲରେ ବାଜି ମାରିବାକୁ ହେଲେ ଲଢେଇ ନିଶ୍ଚିତ ବୋଲି କ୍ୱିଓ୍ଵି ଅଧିନାୟକ ଅଧିନାୟକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.