ନୂଆଦିଲ୍ଲୀ: ଅଭିନେତ୍ରୀ ସମ୍ଭାବନା ସେଠଙ୍କ ଜୀବନରେ ଦୁଃଖର ବାଦଲ ଖେଳିଯାଇଛି । କାରଣ ମେ ୮ ରେ ହୃଦଘାତରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଯାହାଙ୍କୁ ସେ ନିଜଠୁ ବି ଅଧିକ ପାଆନ୍ତି । ଯାହା ସୂଚନା ମିଳିଛି ଏହାପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ। ସମ୍ଭାବନା ସେହି ସମୟରେ ଡାକ୍ତରଖାନାରେ ବେଡ୍ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ।
ଶନିବାର ଦିନ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଡାକ୍ତରଖାନା ଏବଂ ସେଠାରେ ଥିବା କର୍ମଚାରୀଙ୍କ ଉପରେ ରାଗୁଥିବାର ଦେଖାଯାଇଛି । ସମ୍ଭାବନା ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, ସେ ଡାକ୍ତରଖାନା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି।
View this post on Instagram
ଏହା ସହିତ କ୍ୟାପସନରେ ଲେଖିଛନ୍ତି- ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି। ଦୁନିଆ କେବଳ କଳା କି ଧଳା ନୁହେଁ । ସେହିପରି ପ୍ରତ୍ୟେକ ଡାକ୍ତର ଭଗବାନଙ୍କ ପରି ନୁହଁନ୍ତି। ସେମାନଙ୍କ ମଧ୍ୟରୁ ଧଳା କୋର୍ଟ ପିନ୍ଧିଥିବା କିଛି ମନ୍ଦ ଲୋକ ଅଛନ୍ତି, ଯେଉଁମାନେ ଆମ ପ୍ରିୟଜନଙ୍କୁ ହତ୍ୟା କରୁଥିବା ସେ ଲେଖିଛନ୍ତି | ଏହି ଭିଡିଓ ରେକର୍ଡିଂର ଦୁଇ ଘଣ୍ଟା ପରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ସେ ମେଡିକାଲରେ ହତ୍ୟା କରାଯାଇଥିବା କହୁଛନ୍ତି। ବାପାଙ୍କୁ ହରାଇବା ତାଙ୍କ ଜୀବନର ସବୁଠାରୁ ବଡ ଭୟ ଥିଲା ଯାହା ସେ ସାମ୍ନା କରିଥିଲେ ବୋଲି କହିଛନ୍ତି।