ବିରାଟ କୋହଲିଙ୍କ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ “ଲୁକ’ ଭାଇରଲ, ଫ୍ୟାନ ଦେଉଛନ୍ତି ବିଭିନ୍ନ କମେଣ୍ଟ
କ୍ରିକେଟ ହେଉ ଅବା ଷ୍ଟାଇଲି ସବୁଥିରେ ବିରାଟ ଆଗରେ । ନିଜ ଡ୍ରେସିଂ ସେନସ ହେଉ ଅବା ଲୁକ ସବୁକୁ ନେଇ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ଇଂଲଣ୍ଡ ଗସ୍ତ କରିବା ପାଇଁ ଅଧିନାୟକ ବିରାଟ କୋହଲି ସଙ୍ଗରୋଧରେ ରହିଛନ୍ତି । ଆଇପିଏଲ-୧୪ ସ୍ଥଗିତ ରହିବା ପରଠୁ ସେ ଘରେ ରହିଥିଲେ । କୋଭିଡ୍-୧୯ ସହାୟତା ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ । ଏବେ ସଙ୍ଗରୋଧରେ ରହିଥିବାରୁ ତାଙ୍କ ଚେହେରାରେ ପରିବର୍ତ୍ତନ ଆସିଛି । ଦାଢ଼ି ଓ ମୁଣ୍ଡର ଚୁଟି ବଢ଼ି ଯାଇଛି । ସଙ୍ଗରୋଧର ଏହି ନୂଆ ଚେହେରାକୁ ପ୍ରଶଂସକ ବେଶ ପସନ୍ଦ କରିଛନ୍ତି ।
Bobby Deol lite. pic.twitter.com/40U9jvQ9YA
— Dhoni❤ (@iamvaishali6) May 24, 2021
ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ନୂଆ ଚେହେରାକୁ ଅଧିକାଂଶ ପ୍ରଶଂସକ “ପ୍ରଫେସର’ ବୋଲି ସମ୍ବୋଧନ କରିଛନ୍ତି । ସେମିତି ଆଉ କିଏ ଇଞ୍ଜିନିୟର, କିଏ ବବି ଦେଓଲ ବୋଲି କହିଛନ୍ତି । ଭାରତ ଆସନ୍ତା ଜୁନ ୧୮ରୁ ନ୍ୟୁଜିଲାଣ୍ଡ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିବ । ତେଣୁ କିଛି ପ୍ରଶଂସକ ଏହା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ “ଲୁକ’ ବୋଲି କହୁଛନ୍ତି ।
Professor First Look From
𝘛𝘳𝘰𝘱𝘩𝘺 𝘏𝘦𝘪𝘴𝘵, Releasing June 18.#viratkohli ❤ pic.twitter.com/wYq0rCZ5w3— 𝓐𝓷𝔀𝓮𝓼𝓱𝓪 𝓝𝓪𝓽𝓱 🥀 (@itz_anwi) May 24, 2021