କଫିନ ଭିତରୁ ଅଚାନକ ଉଠି ଛିଡ଼ା ହୋଇଗଲା ଶବ, ଛାନିଆ ହୋଇ ଏଣେ ତେଣେ ଦୌଡ଼ିଲେ ଲୋକେ, ଦେଖନ୍ତୁ ଛାତିଥରା ଦୃଶ୍ୟ
ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରଲ ହୋଇଥାଏ, ଯାହାକୁ ନେଇ ଲୋକେ ଖୁବ ଡରି ଯାଇଥାନ୍ତି। ନିକଟରେ ଟ୍ୱିଟରରେ ଏକ ଭିଡିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, କଫିନ ଭିତରେ ଶୋଇଥିବା ଏକ ମୃତଦେହ ହଠାତ ଜିଇଁ ଉଠୁଛି। ତେବେ କିଛି ଲୋକ ଏହି ଭିଡିଓକୁ ମଜାଳିଆ ବୋଲି କହିଥିବା ବେଳେ ଆଉ କିଛି ଲୋକଙ୍କୁ ଏହା ପୂରା ଆଶ୍ଚର୍ଯ୍ୟଚକିତ କରି ଦେଇଛି।
ଏହି ଭାଇରଲ ଭିଡିଓରେ କଫିନ ଚାରିପାଖରେ ସାଙ୍ଗ, ସମ୍ପର୍କୀୟମାନେ ଛିଡ଼ା ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି। ସେମାନେ ମୃତଦେହ ପାଖରେ ବସି ନିଜ ହୃଦୟର ବେଦନା ବଖାଣୁଛନ୍ତି। ଆଉ ଠିକ ଏତିକି ବେଳେ ଘଟୁଛି ଆଶ୍ଚର୍ଯ୍ୟଜନକ ଘଟଣା। କଫିନ ଭିତରେ ଶୋଇଥିବା ମୃତଦେହ ଅଚାନକ ଉଠି ଯାଉଛି ଏବଂ ସେଠାରେ ଭୟର ବାତାବରଣ ଖେଳାଇ ଦେଉଛି। ଉପସ୍ଥିତ ସମସ୍ତ ଲୋକ ଏଣେ ତେଣେ ଦୌଡ଼ିବାକୁ ଲାଗୁଛନ୍ତି।
ଭିଡିଓଟି ମାତ୍ର ୨୦ ସେକେଣ୍ଡର, ଯାହାକୁ ଲୋକେ ପ୍ରାଙ୍କ ଭିଡିଓ ବୋଲି କହୁଛନ୍ତି। ଏ ପର୍ଯ୍ୟନ୍ତ ଏହାକୁ ୬୫ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ୩୭୮ ଜଣ ଏହାକୁ ରିଟ୍ୱିଟ କରିଥିବା ବେଳେ ୧ ହଜାରରୁ ଅଧିକ ୟୁଜର୍ସ ଏହାକୁ ଲାଇକ କରିଛନ୍ତି।
Hold my beer while I take this man’s soul. 😮🥴🍺 pic.twitter.com/38P5LX5w89
— 🍺 Hold My Beer 🍺 (@HldMyBeer) May 31, 2021