ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପାଇଁ ଜାରି ରହିଛି ବିଚାରବିମର୍ଶ, ଆଗାମୀ ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର(କେ ନ୍ୟୁଜ): ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପାଇଁ ସିଏଚଏସଇ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି । କମିଟି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିନଥିବାବେଳେ ବିଚାରବିମର୍ଶ ଜାରି ରହିଛି। ଆଗାମୀ ବୈଠକରେ ମୂଲ୍ୟାୟନ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ତେବେ ସିଏଚଏସଇ ପକ୍ଷରୁ ଗଠନ ହୋଇଥିବା ୧୪ ଜଣିଆ ବିଶେଷଜ୍ଞ କମିଟି ବୈଠକରେ ଯୋଗଦେଇଥିଲେ। ସମସ୍ତ ବିଶେଷଜ୍ଞ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀଙ୍କୁ ମାର୍କ କିପରି ଦିଆଯିବ ସେନେଇ ଆଲୋଚନା ହୋଇଥିଲା।

ଏକାଦଶ ଶ୍ରେଣୀର ପରୀକ୍ଷା ଓ ଦ୍ୱାଦଶ ଶ୍ରେଶୀର କ୍ଲାସ ଟେଷ୍ଟକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଆଲୋଚନା ହୋଇଛି। ଏହାସହ ରାଜ୍ୟର କେଉଁ କଲେଜରେ ଏକାଦଶ ପରୀକ୍ଷା ଆୟୋଜନ ହୋଇଛି ସେନେଇ ମଧ୍ୟ ତଥ୍ୟ ସଂଗହ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦଶମ ଶ୍ରେଣୀର ମାର୍କ, ଏକାଦଶର ମାର୍କ ଓ ଦ୍ୱାଦଶ ଶ୍ରେଣୀର ମାର୍କ ଆଧାରରେ ମୂଲ୍ୟାୟନ କରିବାକୁ ପରିଷଦ ଯୋଜନା କରୁଥିବା ସୂଚନା ମିଳିଛି। ଅନ୍ୟପଟେ ସିବିଏସଇ ବୋର୍ଡର ମୂଲ୍ୟାୟନ ପ୍ରକ୍ରିୟାକୁ ନଜରରେ ରଖିଛି କମିଟି। ସିବିଏସଇ ବୋର୍ଡର ବିଶେଷଜ୍ଞ କମିଟିର ଆଭିମୁଖ୍ୟକୁ ଦୃଷ୍ଟଇରେ ରଖି ସିଏଚ୍‌ଏସଇ ମଧ୍ୟ ମୂଲ୍ୟାୟନ ପ୍ରକ୍ରିୟା ନିର୍ଦ୍ଧାରଣ କରିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.