ପଦ ଯିବା ପରେ ଏବେ କୁଲଫି ବିକୁଛନ୍ତି ଟ୍ରମ୍ପ! ଭାଇରାଲ ହେଉଛି ଅବିକଳ ତାଙ୍କ ଭଳି ଦିଶୁଥିବା ବ୍ୟକ୍ତିଙ୍କ ଭିଡିଓ

ଡୋନାଲଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ କୌଣସି ନା କୌଣସି କଥା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ଏବେ ସେ କ୍ଷମତାରେ ନଥିଲେ ମଧ୍ୟ ତାଙ୍କ ଚର୍ଚ୍ଚା କିନ୍ତୁ କମୁନି। ପ୍ରକୃତ କଥା ହେଉଛି ସୋସିଆଲ ମିଡିଆରେ ଏବେ ଅବିକଳ ଡୋନାଲଡ ଟ୍ରମ୍ପଙ୍କ ଭଳି ଦିଶୁଥିବା ଏକ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେଉଛି।

ଏହି ବ୍ୟକ୍ତି ଜଣକ ପାକିସ୍ତାନର। ସେ ସେଠାରେ କୁଲଫି ବିକ୍ରି କରନ୍ତି। ଇଣ୍ଟରନେଟରର ଭାଇରାଲ ହେବା ପରେ ବ୍ୟକ୍ତି ଜଣକ ରାତାରାତି ଚର୍ଚ୍ଚାକୁ ଆସିଯାଇଛନ୍ତି। ଲୋକମାନେ ତାଙ୍କୁ ଦେଖି ଟ୍ରମ୍ପ ବୋଲି ବି କହୁଛନ୍ତି। ଯାହାର ଭିଡିଓ ଏବେ ଖୁବ ଚର୍ଚ୍ଚାରେ।

ସୋସିଆଲ ମିଡିଆରେ ଏହି କୁଲଫିବାଲାଙ୍କୁ ଖୁବ ପ୍ରଶଂସା କରାଯାଉଛି। କିଛି ୟୁଜର କମେଣ୍ଟ କରିଛନ୍ତି ଯେ ପଦ ଚାଲିଗଲା ପରେ ଏବେ କୁଲଫି ବିକୁଛନ୍ତି ଟ୍ରମ୍ପ। ଟ୍ୱିଟରରେ ଏହି ଭିଡିଓକୁ ସେହଜାଦ ରାୟ ପୋଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.