LOCରେ ବିଏସଏଫ ଯବାନଙ୍କ ସହିତ ନାଚିଲେ ଅକ୍ଷୟ କୁମାର, ଏହି ମହତ କାମ ପାଇଁ ଦାନ କରି ଦେଲେ ୧ କୋଟି ଟଙ୍କା

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ଦେଶପ୍ରେମ କାହାକୁ ଅଛପା ନାହିଁ। ସେ ଆର୍ମି ଅଫିସରମାନଙ୍କୁ ବହୁତ ସମ୍ମାନ କରିଥାନ୍ତି। ଗୁରୁବାର ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ LOC ଯାତ୍ରାର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ ବିଏସଏଫ ଯବାନମାନଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।

ଅକ୍ଷୟ କୁମାର ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ସୀମାକୁ ରକ୍ଷା କରୁଥିବା ବିଏସଏଫ ଇଣ୍ଡିଆର ବାହାଦୂରମାନଙ୍କ ସହ ଆଜି ଏକ ସ୍ମରଣୀୟ ଦିନ ବିତାଇଲି। ଏଠାକୁ ଆସିଲେ ସବୁବେଳେ ସୁଖଦ ଅନୁଭବ ହୋଇଥାଏ। ଅସଲି ନାୟକମାନଙ୍କ ସହ ମିଶିବାରେ ମୋ ହୃଦୟରେ କେବଳ ତାଙ୍କ ପାଇଁ ସମ୍ମାନ ସୃଷ୍ଟି ହୋଇଥାଏ’।

ସୂଚନାଥାଉ କି, ଅଭିନେତା ଅକ୍ଷୟ କୁମାର ଜମ୍ମୁ-କଶ୍ମୀରର ବାନ୍ଦୀପୋରା ଜିଲାରେ LOC ସଂଲଗ୍ନ ନିରୁ ଗାଁରେ ଥିବା ଏକ ସ୍କୁଲ କୋଠାଘର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ ଦେଇଛନ୍ତି। ଅକ୍ଷୟ ଗୁରୁବାର ଦ୍ୱିପ୍ରହରରେ ହେଲିକାପ୍ଟରରେ ନିରୁ ଗାଁରେ ପହଞ୍ଚିଥିଲେ। ସେଠାରେ ସେ ସ୍ଥାନୀୟ ଲୋକ ଏବଂ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ସହିତ କଥାବାର୍ତ୍ତା କରିଥିଲେ। ସୁରକ୍ଷାକର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ସେଠାରେ ଲମ୍ବା ସମୟ ବିତାଇଥିଲେ। ଏହି ଅବସରରେ ବିଏସଏଫ ଯବାନମାନଙ୍କ ଦ୍ଵାରା ଏକ ସମାରୋହର ଆୟୋଜନ କରାଯାଇଥିଲା।

 

View this post on Instagram

 

A post shared by Akshay Kumar (@akshaykumar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.