ନୂଆ ଷ୍ଟାଇଲରେ ବନାନ୍ତୁ ଚିଲ୍ଲୀ ପନୀର, ସ୍ୱାଦରେ ଏକଦମ୍‌ ଜବରଦସ୍ତ

ଚିଲ୍ଲୀ ପନୀର ଏକ ଚାଇନିଜ୍‌ ଡିସ୍‌ ଅଟେ ଯାହାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏହା ପ୍ରାୟ ସବୁ ଚାଇନିଜ୍‌ ଷ୍ଟଲରେ ମିଳିଥାଏ। କାହିଁକିନା ଏହା ବହୁତ ଅଧିକ ଫେମସ୍‌। କିନ୍ତୁ ଆପଣ ସମସ୍ତଙ୍କୁ ଜଣାଥିବ ଯେ ବାହାର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ତେଣୁ ଆପଣ ଏହାକୁ ଘରେ ବନାଇ ବହୁତ ସୁନ୍ଦର ଭାବେ କମ୍‌ ସାମଗ୍ରୀରେ ବନାଇ ଆରାମରେ ବସି ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଅଧା କେଜି ପନୀର
  • ୧୦୦ ଗ୍ରାମ ପିଆଜ (ଛୋଟ କଟା ହୋଇଥିବା)
  • ୧୦୦ ଗ୍ରାମ ସିମଲା ଲଙ୍କା (ଛୋଟ କଟା ହୋଇଥିବା)
  • ୨୦ ଗ୍ରାମ ରସୁଣ (ଛୋଟ କଟା ହୋଇଥିବା)
  • ୨୦ ଗ୍ରାମ ଅଦା (ଛୋଟ କଟା ହୋଇଥିବା)
  • ୨ ବଡ ଚାମଚ କର୍ଣ୍ଣଫ୍ଲୋର
  • ଦେଢ଼ ଛୋଟ ଚାମଚ ଖାଇବା କଲର
  • ୨ ଛୋଟ ଚାମଚ ଭିନେଗାର
  • ଦୁଇ ଛୋଟ ଚାମଚ ସସ୍‌
  • ୨ ଛୋଟ ଚାମଚ ଚିଲ୍ଲୀ ସସ୍‌
  • ୧ ବଡ ଚାମଚ ଟମାଟୋ ସସ୍‌
  • ତେଲ (ଛାଣିବା ପାଇଁ)
  • ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ପନୀରକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏବେ ଏଥିରେ କର୍ଣ୍ଣଫ୍ଲୋର ଏବଂ ଅରେଞ୍ଜ କଲର ମିଶାଇ ୧୦-୧୫ ମିନିଟ୍‌ ପାଇଁ ରଖିଦିଅନ୍ତୁ।
  2. ଏବେ ତେଲ ଗରମ କରନ୍ତୁ ଏବଂ ସେଥିରେ ଏହି ପନୀରକୁ ହାଲକା ବ୍ରାଉନ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  3. ଏବେ ଏକ କଡେଇରେ ୨ ବଡ ଚାମଚ ତେଲ ଗରମ କରନ୍ତୁ। ଏବେ ସେଥିରେ ଛୋଟ କଟା ହୋଇଥିବା ରସୁଣ, ଅଦା ପକାନ୍ତୁ।
  4. ଗୋଟେ ମିନିଟ୍‌ ପରେ ସେଥିରେ ବଡ ପିଆଜ ପକାନ୍ତୁ ଏବଂ ହାଲକା ଫ୍ରାଏ କରିଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.