ୟୁଜର୍ସଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି Honor କମ୍ପାନୀ ଲଞ୍ଚ କଲା ନୂଆ ସ୍ମାର୍ଟଫୋନ, ରହିଛି ଶସ୍ତା ଦାମ

Honor କମ୍ପାନୀ ମାର୍କେଟରେ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । କମ୍ପାନୀ ପକ୍ଷରୁ ୩ଟି ଜବରଦସ୍ତ ଫୋନ ଲଞ୍ଚ ହୋଇଛି । ଏଥିପାଇଁ କମ୍ପାନୀ ୩ଟି ହ୍ୟାଣ୍ଡସେଟ Honor 50 SE, Honor 50 , Honor 50 Pro ଲଞ୍ଚ କରିଛି । ଏହାର ଦାମ ୨,୩୯୯ ୟୂଆନ ଅର୍ଥାତ ୨୭,୫୦୦ଟଙ୍କାରୁ ଆରମ୍ଭ ହୋଇଛି । ଚାଲନ୍ତୁ ଜାଣିବା ଏହାର ସମସ୍ତ ସୂଚନା ସମ୍ପର୍କରେ ।

କମ୍ପାନୀ ପକ୍ଷରୁ ଲଞ୍ଚ ହୋଇଥିବା ଏହି ସେଟରେ ବିଭିନ୍ନ ପ୍ରକାରର ଫିଚର୍ସ ରହିଛି । ପ୍ରଥମେ ଡିସପ୍ଲେର କଥା ଧ୍ୟାନକୁ ନେଲେ Honor 50 SE, Honor 50 ରେ ୫ଟି ଡିଜାଇନର ଡିସପ୍ଲେ ରହିଛି । Honor 50 SEରେ ଫୁଲ ଏଚଡି + ଏଲସିଡି ସ୍କ୍ରିନ 6.78 ଇଞ୍ଚର ରହିଛି । ରିଫ୍ରେଶ ରେଟ 120Hz  ସହ ବାୟୋମ୍ୟାଟ୍ରିକ ସିକ୍ୟୁରିଟି ପାଇଁ Honor 50 SEରେ ଇନ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେଂସର ଦିଆଯାଇଛି । ରିୟର କ୍ୟାମେରା ସେଟଅପ ଦିଆଯାଇଛି । 100 ମେଗାପିକ୍ସଲ ପ୍ରାଇମେରୀ ସେଂସର ସହ 8 ମେଗାପିକ୍ସଲର ଅଲଟ୍ରା ବାଇଣ୍ଡ ଆଙ୍ଗେଲ ଲେନ୍ସ ଦିଆଯାଇଛି । 2 ମେଗାପିକ୍ସଲର ମାକ୍ରୋ କ୍ୟାମେରା ରହିଛି ।

୩ଟି ସ୍ମାର୍ଟଫୋନରେ 12ଜିବି ପର୍ଯ୍ୟନ୍ତ ର‌୍ୟାମ ସହ 256ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ ସିଷ୍ଟମ ରହିଛି । 4000mAh ବ୍ୟାଟେରୀରୁ 4300mAh ପର୍ଯ୍ୟନ୍ତ ବ୍ୟାଟେରୀ ସପୋର୍ଟ ସିଷ୍ଟମ ରହିଛି । ଏହି ୩ଟି ଫୋନରେ ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.