ଏହି ଆୟୁର୍ବେଦ ଡାକ୍ତରାଣୀ ଶାଢି ପିନ୍ଧି ଜିମରେ ଦେଖାଇଲେ ନିଜର ଜଲୱା, ଭାଇରଲ ହେଲା କସରତ ଷ୍ଟାଇଲ

ଭାରତୀୟ ନାରୀର ଗହଣା ହେଉଛି ଶାଢି। ଅନେକ ନାରୀ ଏହି ଶାଢି ପିନ୍ଧି ବିଭିନ୍ନ ପ୍ରକାରର କଳା କୌଶଳ ଦେଖାଉଛନ୍ତି। କିଏ ଶାଢି ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରୁଛି ତ ଆଉ କିଏ ଦୌଡରେ ଭାଗ ନେଉଛି। ସାଧାରଣତଃ ଶାଢିକୁ ସମ୍ଭାଳିବା ବହୁତ ମୁସ୍କିଲ କାମ ହୋଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡ଼ିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଭିଡିଓ ପୁଣେର ଡା. ଶରଭରୀଙ୍କର। ଭିଡିଓରେ ଦେଖାଯାଉଛି କି, ଶରଭରୀ ଶାଢି ପିନ୍ଧି ଜିମରେ ଏକ୍ସରସାଇଜ କରୁଛନ୍ତି। ସବୁଠାରୁ ଖାସ କଥା ହେଉଛି, ଶାଢି ପିନ୍ଧି ସେ ବହୁତ ଆରାମରେ କାଠ ଭଳି ଭାରୀ ଓଜନକୁ ଉଠାଇ ନେଉଛନ୍ତି। ତାଙ୍କର ଏହି ଭିଡିଓ ଇନଷ୍ଟାଗ୍ରାମରେ ଖୁବ ଭାଇରଲ ହେଉଛି।

ଡା. ଶରଭରୀ ଇନାମଦାର ଜଣେ ଆୟୁର୍ବେଦ ଡାକ୍ତର। ସେ ନିଜର ଫିଟନେସ ପ୍ରତି ବହୁତ ଯତ୍ନଶୀଳ ଥାଆନ୍ତି। ବିଗତ କିଛି ବର୍ଷ ହେବ ସେ ନିଜ ପାଇଁ ଏକ୍ସରସାଇଜ ଏବଂ ଖାଦ୍ୟପେୟର ଖାସ ରୁଟିନ ପ୍ରସ୍ତୁତ କରିଛନ୍ତି। ତେବେ ଏହି ଭାଇରଲ ଭିଡିଓରେ ଡା. ଶରଭରୀ ପୁସ ଅପ୍ସ ଏବଂ ୱେଟଲିଫଟିଂ କରୁଥିବା ନଜର ଆସୁଛନ୍ତି। ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.