ପୋଲିସ ଓକିଲ ବିବାଦ ମାମଲା : ଆସନ୍ତା ସୋମବାର ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

ପୋଲିସ ଓକିଲ ବିବାଦ ମାମଲାରେ ଆସନ୍ତା ସୋମବାର ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି । ଆଜି ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି କ୍ରାଇମବ୍ରାଞ୍ଚ ଓଏ ଅରୁଣ ବୋଥ୍ରା । ତଦନ୍ତ ଚାଲିଥିବା ବେଳେ ନିଲମ୍ବନ ପ୍ରତ୍ୟାହାର ନେଇ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । କାହିଁକି ଓ କିପରି ନିଲମ୍ବନ ପ୍ରତ୍ୟାହାର ହେଲା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୋମବାର ସୁଦ୍ଧା କୋର୍ଟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ । କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ଓକିଲଙ୍କ ମାଡ଼ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ଏହି ମାମଲାରେ ୯ ତାରିଖ ପୂର୍ବରୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ପ୍ରତିଦିନ ତଦନ୍ତର ତଦାରଖ ଦାୟିତ୍ୱ ହାଇକୋର୍ଟର ବିଚାରପତି ଜଷ୍ଟିସ ସି ଆର ଦାସଙ୍କୁ ଦିଆଯାଇଥିଲା ।

ସେପଟେ ଆଇନଜୀବୀ ଆନ୍ଦୋଳନରୁ ଓହରିବେ କି ନାହିଁ, ସେନେଇ ବସିଛି ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକ । ବୈଠକରେ ପରବର୍ତ୍ତୀ କାର‌୍ୟ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ । କଟକରେ ଆଡଭୋକେଟ୍‌ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ପୋଲିସ କର୍ମଚାରୀଙ୍କ ଗିରଫ ଦାବି କରୁଛନ୍ତି ଆଇନଜୀବୀ । ଆଇନଜୀବୀମାନେ ଅଗଷ୍ଟ ୨୯ ତାରିଖରୁ କାର‌୍ୟ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.