ଆମ୍ବକୁ ଆଦୌ ରଖନ୍ତୁ ନାହିଁ ଫ୍ରିଜ୍‌ରେ, ଜାଣନ୍ତୁ ଏହାକୁ ଷ୍ଟୋର କରିବାର ସଠିକ୍‌ ଉପାୟ

ଖରାଦିନେ ବଜାରରେ ପ୍ରଚୁର ପରିମାଣରେ ଆମ୍ବ ମିଳେ। ଏଣୁ ଆମ୍ବର ଦର ଶସ୍ତା ହୋଇଥାଏ। ଫଳରେ ଆମ୍ବ ପ୍ରେମୀମାନେ ଅଧିକ ପରିମାଣର ଆମ୍ବ କିଣିନେଇଥାନ୍ତି। କେହି କେହି ଫ୍ରିଜ୍‌ରେ ଆମ୍ବ ଷ୍ଟୋର କରୁଥିବା ବେଳେ ଆଉ କିଛି ଲୋକ କୁହନ୍ତି ଯେ ବାହାରେ ରହିଲେ ଆମ୍ବ ଭଲ ପାଚେ। ତେବେ ଏହି ଦ୍ୱନ୍ଦ୍ୱ ସମସ୍ତଙ୍କ ମନରେ ଥାଏ ଯେ ଆମ୍ବକୁ ଫ୍ରିଜ୍‌ରେ ରଖିବା ଉଚିତ ନା ବାହାରେ। ତେବେ ଆସନ୍ତୁ ଜାଣିବା ଏନେଇ କ’ଣ କୁହନ୍ତି ଏକ୍ସପର୍ଟ…

ବିଶେଷଜ୍ଞଙ୍କ କହିବାନୁସାରେ, ଆମ୍ବକୁ ଫ୍ରିଜ୍‌ରେ ନ ରଖି ବାହାରେ ରଖିବା ଉଚିତ୍‌। ଯଦି ଆପଣ କଞ୍ଚା ଆମ୍ବ କିଣୁଛନ୍ତି ତେବେ ବାହାରେ ରହିଲେ ହିଁ ତାହା ପାଚିବ। ଆମ୍ବକୁ ସବୁବେଳେ ରୁମ୍‌ ଟେମ୍ପରେଚରରେ ପଚାଇବା ଉଚିତ। ଏହା ଫଳରେ ଆମ୍ବ ମିଠା ହେବା ସହ ନରମ ରହେ। ଆମ୍ବ ପୂରା ପାଚିଯିବା ପରେ ତାହାକୁ ଥଣ୍ଡା ହେବା ପାଇଁ ଫ୍ରିଜ୍‌ରେ ରଖନ୍ତୁ।

ଆପଣ ପାଚିଲା ଆମ୍ବକୁ ୫ ଦିନ ଯାଏଁ ଫ୍ରିଜ୍‌ରେ ରଖିପାରିବେ। ଯଦି ଆମ୍ବକୁ ଶୀଘ୍ର ପଚାଇବାକୁ ଚାହୁଁଛନ୍ତି ତେବେ ରୁମ୍‌ ଟେମ୍ପରେଚରରେ ଏକ ପେପରରେ ଗୁଡ଼ାଇ ରଖନ୍ତୁ। ଆମ୍ବକୁ ଅଧିକ ଦିନ ଷ୍ଟୋର କରିବାକୁ ଚାହୁଁଥିଲେ, ଏହାର ଚୋପା ଛଡ଼ାଇ କାଟି ଏୟାର ଟାଇଟ୍‌ ଡବାରେ ରଖନ୍ତୁ। ଏମିତି ଭାବେ ଆମ୍ବ ୬ ମାସ ଯାଏଁ ରହିପାରିବ। ତେବେ ଧ୍ୟାନ ରଖିବେ କେବେ ବି ଅନ୍ୟ ଫଳ ସହ ଆମ୍ବକୁ ଏକାଠି ରଖନ୍ତୁ ନାହିଁ, ଏହାର ସ୍ୱାଦ ବଦଳିଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.