ଘରେ ପ୍ରସ୍ତୁତ କରନ୍ତୁ ପାଲକ ରାଇସ ବା ପାଲକ ପଲାଉ

ଆଜିକାଲି ବହୁ ପିଲା ଶାଗ ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଶାଗର ପୋଷକ ତତ୍ତ୍ୱ ପିଲାଙ୍କ ଦେହକୁ ଯିବା ପାଇଁ ସବୁଠୁ ସହଜ ଖାଦ୍ୟ ହେଉଛି ପାଲକ ରାଇସ ବା ପାଳକ ପଲାଉ । ଏହାଦ୍ୱାରା ପିଲାଙ୍କୁ ତାଙ୍କ ଅଜାଣତରେ ପାଳଙ୍ଗ ଶାଗ ଖୁଆଯାଇପାରିବ । ଆସନ୍ତୁ ଜାଣିବା କିପରି ସହଜରେ ପ୍ରସ୍ତୁତ କରିବେ ପାଲକ ରାଇସ ।

palak
vegrecipesofindia.com

ଆବଶ୍ୟକୀୟ ସାମଗ୍ରୀ

–  ୧ କପ୍‌ ବାସୁମତି ଚାଉଳ

–  ୩ କପ୍‌ କଟା ପାଳଙ୍ଗ ଶାଗ

–  ୨ ଟି କଟା ହୋଇଥିବା କଞ୍ଚା ଲଙ୍କା

–  ୪/୫ ପାଖୁଡା କଟା ରସୁଣ

–  ୧ ଇଞ୍ଚର କଟା ହୋଇଥିବା ଅଦା

–  ୧ଟି ତେଜପତ୍ର

–  ୩/୪ ଟି ଲବଙ୍ଗ

–  ୧ ଖଣ୍ଡ ଡାଲଚିନ୍‌

–   ୨ ଟି ଛୋଟ ଅଳେଇଚ

–  ୧ ଖଣ୍ଡ ଅନିସ ଫୁଲ

–  ୧ଚାମଚ ଜିରା

–  ୧/୩ କପ୍‌ କଟା ପିଆଜ

palak puree
vegrecipesofindia.com

ପ୍ରସ୍ତୁତି ବିଧି

୧. ପ୍ରଥମେ ବାସୁମତି ଚାଉଳକୁ ୨୦ ରୁ ୩୦ ମିନିଟ୍‌ ପାଣିରେ ଭିଜାଇ ଛାଣି ରଖନ୍ତୁ ।

୨. କଟା ହୋଇଥିବା ପାଳଙ୍ଗ ପତ୍ରକୁ ଜାର୍‌ରେ ଭରନ୍ତୁ । ସେଥିରେ କାଟି ରଖିଥିବା ରସୁଣ, ଅଦା ଓ କଞ୍ଚା ଲଙ୍କାକୁ ମିଶାଇ ଗ୍ରାଇଣ୍ଡ କରି ଅଲଗା କାଢ଼ି ରଖନ୍ତୁ ।

୩. ଏବେ ପ୍ରେସର କୁକରରେ ୨ ବଡ ଚାମଚ ତେଲ ପକାଇ ଗ୍ୟାସରେ ବସାନ୍ତୁ । ସେଥିରେ ତେଜପତ୍ର, ଜିରା, ଲମ୍ବଙ୍ଗ,ଡାଲଚିନ୍‌, ଅଳାଇଚ, ଅନିସ ଫୁଲ ଓ ଜିରା ପକାନ୍ତୁ । ଏହା ଟିକିଏ ଗରମ ହୋଇଗଲା ପରେ ଏଥିରେ କଟାହୋଇ ରହିଥିବା ପିଆଜ ପକାଇ ଅଳ୍ପ ଆଞ୍ଚରେ ଭାଜନ୍ତୁ ଯେପରି ପିଆଜ ବାଦାମୀ ରଙ୍ଗ ହୋଇଯାଏ ।

palak rice prpare
vegrecipesofindia.com

୪. ପୂର୍ବରୁ ଗ୍ରାଇଣ୍ଡ କରି ରଖିଥିବା ପାଳଙ୍ଗକୁ ଏଥିରେ ଢ଼ାଳନ୍ତୁ । ୪ ରୁ ୫ ମନିଟି ଯାଏ ଏହାକୁ ଆଞ୍ଚରେ ଗୋଳାନ୍ତୁ ।

୫. ଏବେ ପୂର୍ବରୁ ଭିଜା ହୋଇ ରହିଥିବା ଚାଉଳକୁ ଏଥିରେ ଢ଼ାଳନ୍ତୁ ଓ ଗୋଳାଇବା ପରେ ଦେଢ଼ କପ୍‌ ପାଣି ଦିଅନ୍ତୁ । ସ୍ୱାଦ ଅନୁସାରେ ଲୁଣ ଓ ଅଳ୍ପ ଲେମ୍ବୁ ରସ ପକାଇ ଗୋଳାଇବା ପରେ ପ୍ରେସର କୁକରକୁ ବନ୍ଦ କରନ୍ତୁ ।

୬. ଏବେ ଏହାକୁ ମଧ୍ୟମ ଆଞ୍ଚରେ ୮ ରୁ ୯ ମିନିଟ ଯାଏ କିମ୍ବା ୨ ରୁ ୩ ଟି ହ୍ଵିସଲ ହେବା ଯାଏ ଅପେକ୍ଷା କରନ୍ତୁ । ତା’ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପ୍ରେସର କୁକରକୁ ଆପେ ଆପେ ଖୋଲିବାକୁ ଛାଡି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଲକ ରାଇସ । ଏହାକୁ ରାଇତା କିମ୍ବା ଆଚାର ସହ ଖାଇ ପାରିବେ । ଶାଗ ଖାଉନଥିବା ପିଲାଙ୍କ ପାଇଁ ବେଶ ଉପଯୋଗୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.