ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୫୫୪ ପଜିଟିଭ୍‌ ଚିହ୍ନଟ, ୪୭ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତକାଲି ତୁଳନାରେ ସଂକ୍ରମମଣ ହାର ବୃଦ୍ଧି । ଗତ ୨୪ ଘଣ୍ଟାରେ ୩ ହଜାର ୫୫୪ ପଜିଟିଭ୍‌ ଚିହ୍ନଟ । ଆଉ ୪୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୫.୧୭ ପ୍ରତିଶତ । ଯାହାକି ଗତକାଲି ଥିଲା୪.୫୩ ପ୍ରତିଶତ । ୨୪ ଘଣ୍ଟାରେ ୬୮ ହଜାର ୬୯୫ ଟେଷ୍ଟିଂ ହୋଇଥିବାବେଳେ ୫.୧୭ ପ୍ରତିଶତ ପଜିଟିଭିଟି ହାର ରହିଛି।

ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଓ ପୁରୀ । ଖୋର୍ଦ୍ଧାରୁ ସର୍ବାଧିକ ୬୫୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ ୫୦୧, ବାଲେଶ୍ୱରରୁ ୨୭୧, ଯାଜପୁରରୁ ୨୫୬ ଓ ପୁରୀରୁ ୨୩୩ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୯ଶହ ୧୨ ସଂକ୍ରମିତ ହୋଇଛନ୍ତି । ୧୯ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ଆକ୍ଟିଭ୍‌ କେସ୍‌ ୩୩ ହଜାର ୧୯କୁ ହ୍ରାସ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.