ଅଭିନବ ଶୁକ୍ଳାଙ୍କ ସହ ଓ୍ଵାନ୍‌ ନାଇଟ୍‌ ଷ୍ଟାଣ୍ଡ କରିଛନ୍ତି ସୋଫିୟା ହୟାତ, ଟ୍ରୋଲରଙ୍କ ଅଭିଯୋଗ ପରେ ଏଭଳି ସଫେଇ ଦେଲେ ଅଭିନେତ୍ରୀ

ବିଗ୍‌ବସ୍‌ର ପୂର୍ବ ପ୍ରତିଯୋଗୀ ସୋଫିଆ ହୟାତ୍‌ଙ୍କ ଉପରେ ଲାଗିଛି ସାଂଘାତିକ ଅଭିଯୋଗ। ତାଙ୍କ ଉପରେ ଜଣେ ଟ୍ରୋଲର ଆରୋପ ଲଗାଇଛନ୍ତି ଯେ ସେ ଅଭିନବ ଶୁକ୍ଳାଙ୍କ ସହ ଓ୍ଵାନ୍‌ ନାଇଟ୍‌ ଷ୍ଟାଣ୍ଡ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସୋଫିଆ ଓ ଅଭିନବଙ୍କ ବିରୋଧରେ ଆଇନତଃ ଆକ୍ସନ୍‌ ନେବେ। ଏହା ପରେ ସୋଫିଆ ସୋସିଆଲ ମିଡିଆରେ ସଫେଇ ଦେଇ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ସେ ଅଭିନବ ଶୁକ୍ଳାଙ୍କୁ ଜାଣିନାହାନ୍ତି। ଗୁଗଲ ସାହାଯ୍ୟରେ ସେ ଏହି ଅଭିନେତାଙ୍କ ବିଷୟରେ ଜାଣିବାକୁ ପାଇଲେ।

 

View this post on Instagram

 

A post shared by Sofia Hayat (@sofiahayat)

ସୋଫିଆଙ୍କୁ ଜଣେ ଟ୍ରୋଲର ମେସେଜ୍‌ ଲେଖିଛନ୍ତି, ମୁଁ ତୁମର ଓ ଅଭିନବ ଶୁକ୍ଳାଙ୍କ ଓ୍ଵାନ୍‌ ନାଇଟ୍‌ ଷ୍ଟାଣ୍ଡ ବିଷୟରେ ଜାଣିଛି। ସେ ତୁମକୁ ସେକ୍ସୁଆଲ ପର୍ପଜ୍‌ ପାଇଁ ବ୍ୟବହାର କରିଛନ୍ତି। ଏହା ବିରୋଧରେ ମୁଁ ତୁମ ଓ ଅଭିନବ ଶୁକ୍ଳାଙ୍କ ବିରୋଧରେ ଲିଗାଲ ଆକ୍ସନ୍‌ ନେବି। ମୁଁ ପ୍ରାର୍ଥନା କରୁଛି ତୁମେ ଓ ତୁମ ବାପା ମା’ ଶୀଘ୍ର ମରିଯାଆନ୍ତୁ। ତୁମକୁ ମୁଁ ଜେଲରେ ଦେଖିବାକୁ ଚାହୁଁଛି। ତୁମ ଭଳି ପର୍ଣ୍ଣ ଷ୍ଟାର ଜନ୍ମ କରିଥିବାରୁ ତୁମ ବାପା-ମା’ଙ୍କୁ ଲଜ୍ଜା ଲାଗିବା କଥା।

 

View this post on Instagram

 

A post shared by Sofia Hayat (@sofiahayat)

ଏହି ମେସେଜ୍‌ ପାଇବା ପରେ ସୋଫିଆ ଉକ୍ତ ବ୍ୟକ୍ତିଙ୍କୁ ବ୍ଲକ୍‌ କରିଛନ୍ତି। ଏଥିସହ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି, କେହି ଜଣେ ମୋତେ ଏଭଳି ମେସେଜ୍‌ ପଠାଇଛି। ମୁଁ ଇନ୍‌ଷ୍ଟାଗ୍ରାମ୍‌ ଚେକ୍‌ କରେନି, ତାହା ମୋ ଭୁଲ। ଉକ୍ତ ମହିଳା ମୋତେ ସାହାଯ୍ୟ ମାଗିଥିଲେ। କିଛି ସମୟ ପରେ ମୁଁ ଜାଣିଲି ଯେ ସେ ମିଛ କହୁଛନ୍ତି ଓ ମୁଁ ତାଙ୍କୁ ବ୍ଲକ୍‌ କରିଲି। ଏଭଳି ଲୋକଙ୍କୁ ଡରିବା ଉଚିତ୍‌ ନୁହେଁ। ଏମାନେ ନିଜ ଦୁଃଖରେ ଥିବାରୁ ଅନ୍ୟମାନଙ୍କୁ ବି ଦୁଃଖୀ କରିବାକୁ ଚେଷ୍ଟା କରିଥାନ୍ତି। ତେବେ ଏଭଳି ଲୋକଙ୍କ ଠାରୁ ଦୂରେଇ ରହିବାକୁ କହିଛନ୍ତି ସୋଫିଆ। ଏଥିସହ ସେ କହିଛନ୍ତି, ସେ ଅଭିନବଙ୍କୁ ଜାଣନ୍ତି ନାହିଁ। ଗୁଗଲରୁ ତାଙ୍କ ବିଷୟରେ ଏବେ ଜାଣିଲେ।

Leave A Reply

Your email address will not be published.