କେନ୍ୟୁଜ୍(ବ୍ୟୁରୋ): ଜମ୍ମୁରେ ବିସ୍ଫୋରଣ। ଜମ୍ମୁ ଏୟାରପୋର୍ଟର ଟେକ୍ନିକାଲରେ ଏରିଆରେ ବୋମା ବିସ୍ଫୋରଣ। ଘଟଣା ସ୍ଥଳରେ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଓ ଫୋରୋନ୍ସିକ ଟିମ୍ ଉପସ୍ଥିତ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ହୋଇଛି ବିସ୍ଫୋରଣ। ରାତି ପ୍ରାୟ ୧ଟା ୪୦ ମିନିଟରେ ବିସ୍ଫୋରଣ ହୋଇଛି। ୫ମିନିଟରେ ୨ଥର ହୋଇଛି ବିସ୍ଫୋରଣ।
ଦୁଇଟି ଡ୍ରୋନ୍ ମାଧ୍ୟମରେ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ମୃତାହତ ନେଇ କୌଣସି ସୂଚନା ମିଳିନି। ୨ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ।