ଷ୍ଟେଜ୍‌ରେ ବେଶ୍‌ ମଜାରେ ଠୁମ୍‌କା ଲଗାଉଥିଲେ ବ୍ୟକ୍ତି, ଅଚାନକ ଖସିଗଲା ପ୍ୟାଣ୍ଟ; ତା’ପରେ ହେଲା ଏମିତି ଅବସ୍ଥା

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ, ଯାହା ଆମକୁ ହସର ଖୋରାକ୍‌ ଯୋଗାଇଥାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଖୁବ୍‌ ମଜାରେ ଡ୍ୟାନ୍ସ କରୁଥିବା ନଜର ଆସିଛି। ଠିକ୍‌ ଏହି ସମୟରେ ତାଙ୍କ ସହ କିଛି ଏଭଳି ଘଟୁଛି, ଯାହା କେହି କେବେ ଚିନ୍ତା ବି କରିନଥିବେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ PadmraniK ନାମ ଟ୍ଵିଟର ୟୁଜର ସେୟାର କରିଛନ୍ତି। ଏହି ଭିଡିଓର କ୍ୟାପସନ୍‌ରେ ଲେଖାଯାଇଛି- ଶେଷ ଯାଏଁ ଅପେକ୍ଷା କରନ୍ତୁ।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ଏକ ବିବାହ ଉତ୍ସବରେ ଜଣେ ବ୍ୟକ୍ତି ଡ୍ୟାନ୍ସ କରୁଛନ୍ତି। ଧଳା ରଙ୍ଗର ସାର୍ଟ ଓ କଳାରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଏହି ବ୍ୟକ୍ତି ବେଶ୍‌ ଝୁମି ଝୁମି ନାଚୁଛନ୍ତି। ତାଙ୍କ ନୃତ୍ୟ ଦେଖି ଉପସ୍ଥିତ ଲୋକମାନେ ବି ଖୁବ୍‌ ଏଞ୍ଜୟ କରୁଛନ୍ତି। ଡ୍ୟାନ୍ସ କରି ବ୍ୟକ୍ତି ଜଣକ ଡେଉଁଛନ୍ତି ଓ ଏହା ସମୟରେ ତାଙ୍କ ପ୍ୟାଣ୍ଟ ତଳକୁ ଖସିଯାଉଛି। ଏହା ଦେଖି ସେଠାରେ ଥିବା ଲୋକେ ହସି ହସି ଗଡ଼ୁଥିବା ଦେଖାଯାଇଛି।

ଏହି ଘଟଣା ପରେ ବ୍ୟକ୍ତି ଜଣକ ଲାଜରେ ଷ୍ଟେଜ୍‌ରୁ ଓହ୍ଲାଇ ଯାଉଛନ୍ତି। ଲୋକଙ୍କୁ ଏହି ଭିଡିଓ ଖୁବ୍‌ ପସନ୍ଦ ଆସିଛି। ଏବେ ଯାଏଁ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ଭିଡିଓକୁ ଦେଖିସାରିଲେଣି। ଅନେକ ୟୁଜର୍ସ ଏଥିରେ ବହୁ ମଜାଳିଆ କମେଣ୍ଟ ମଧ୍ୟ ଦେଇଥିବା ଦେଖାଯାଇଛି।

Leave A Reply

Your email address will not be published.