ତିନି ଦିନିଆ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, LACରେ କରିବେ ସ୍ଥିତି ସମୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ୩ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି ରାଜନାଥ। LACରେ ସେନାର ସ୍ଥିତି ପରଖିବା ସହିତ ବିଭିନ୍ନ ସଡ଼କ, ବ୍ରିଜର ଉଦଘାଟନ କରିବେ । ରାଜନାଥଙ୍କ ସହ ସେନା ମୁଖ୍ୟ ଏମ୍‌ଏମ୍‌ ନରଭଣେ ଲଦାଖ ଯାଇଛନ୍ତି। ଗତ କିଛି ମାସ ଧରି ସୀମାରେ ନିଜର ସ୍ଥିତି ମଜଭୁତ କରିବା ପ୍ରୟାସ କରି ଆସୁଛି ଭାରତ ।

ତେଣୁ ରାଜନାଥଙ୍କ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସୀମାରେ ସଡକ ଏବଂ ବ୍ରିଜ ନିର୍ମାଣ କରାଯାଉଛି। ଏହାଦ୍ୱାରା ସେନାର ଗତିବିଧି ବଢିବା ସହିତ ସେନା ମଧ୍ୟ ଶକ୍ତିଶାଳୀ ହୋଇପାରିବ। ଗତ ସପ୍ତାହରେ ରାଜନାଥ ଆସାମ-ଅରୁଣାଚଳ ପ୍ରଦେଶ ଗସ୍ତ କରିବା ସହିତ ସେଠାରେ ବିଭିନ୍ନ ସଡ଼କ ଏବଂ ବ୍ରିଜର ଉଦଘାଟନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.