ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଦକ୍ଷିଣ ଭାରତୀୟ ସୁନ୍ଦରୀ ନୟନତାରା, ହେବେ ଶାହାରୁଖ ଖାନ୍ଙ୍କ ହିରୋଇନ୍

ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା ଖୁବ୍ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନୟନତାରା ନିଜ ପ୍ରଥମ ହିନ୍ଦୀ ଫିଲ୍ମ ଆଉ କାହା ସହ ନୁହେଁ, ବରଂ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ସହ କରିବେ। କୁହାଯାଉଛି ଯେ ଡାଇରେକ୍ଟର ଅଟଲୀ ନିଜ ଆଗାମୀ ଫିଲ୍ମରେ ଶାହାରୁଖ ଓ ନୟନତାରାଙ୍କୁ ନେବାକୁ ଯାଉଛନ୍ତି। ଦୁଇ ବର୍ଷ ହେଲା ଏହି ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଯାଏଁ ଅଫିସିଆଲି କୌଣସି ଘୋଷଣା ହୋଇନାହିଁ।
ରିପୋର୍ଟ ମୁତାବକ, ନୟନତାରା ନିକଟରେ ଏହି ପ୍ରୋଜେକ୍ଟରେ ସାଇନ୍ କରିଛନ୍ତି। ଏହି ପ୍ରୋଜେକ୍ଟରେ ଶାହାରୁଖଙ୍କ ବ୍ୟତୀତ କନ୍ନଡ଼ ଅଭିନେତା ସୁଦୀପ ବିଲେନ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ସୂଚନାନୁଯାୟୀ, ଏହି ପ୍ରୋଜେକ୍ଟ ଚଳିତବର୍ଷ ଶେଷରେ ଆରମ୍ଭ ହେବ।
୨୦୧୯ରେ ଅଟଲୀ ନିଜ ଫିଲ୍ମ ବିଜିଲ ରିଲିଜ୍ ହେବାର କିଛି ଘଣ୍ଟା ପୂର୍ବରୁ ଏହି ପ୍ରୋଜେକ୍ଟ ବିଷୟରେ ହିଣ୍ଟସ୍ ଦେଇଥିଲେ। ସେ ଏକ ଟ୍ଵିଟ୍ ମାଧ୍ୟମରେ ଶାହାରୁଖ ଖାନ୍ଙ୍କ ସହ କାମ କରିବା ନେଇ ସୂଚନା ଦେଇଥିଲେ।
ଅଟଲୀଙ୍କୁ ଜଣେ ଫ୍ୟାନ୍ ଶାହାରୁଖ ଖାନ୍ଙ୍କ ସହ କାମ କରିବା ନେଇ ପ୍ରଶ୍ନ କରିଥିଲେ। ଏହାର ଜବାବରେ ନିର୍ଦ୍ଦେଶକ କହିଥିଲେ- ଶାହାରୁଖ ସାରଙ୍କୁ ମୁଁ ଖୁବ୍ ଭଲ ପାଏ ଓ ସମ୍ମାନ ଦିଏ। ତାଙ୍କୁ ବି ମୋ କାମ ପସନ୍ଦ। ମୁଁ ଆଶା କରୁଛି ଆମେ ଖୁବ୍ ଶୀଘ୍ର ଏକାଠି କିଛି କରିବୁ।