ବଦଳିବ ଭାରତୀୟ ଡ୍ରାଇଭିଂ ଲାଇସେନ୍ସର ରୂପ , ବ୍ଲଡ଼ ଗ୍ରୁପ୍ ସହିତ ଅଙ୍ଗ ଦାନ ବିଷୟରେ ମଧ୍ୟ ରହିବା ଉଲ୍ଲେଖ

ନୂଆଦିଲ୍ଲୀ : କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ୨୦୧୯ର ଜୁଲାଇ ମାସରୁ ଏକ ଦେଶ ଏକ ଲାଇସେନ୍ସ ଥିମ ବିଶିଷ୍ଟ ଡ୍ରାଇଭିଂ ଲାଇସେନ୍ସ ପାଇଁ ଡ୍ରାଫ୍ଟକୁ ଅଧିସୂଚିତ କରାଯାଇଛି। ଏହି ଡ୍ରାଇଭିଂ ଲାଇସେନ୍ସରେ ଚାଳକ ସୂଚନା ଲିଖିତ ସହ ସେଥିରେ ଥିବା ଚିପରେ ମଧ୍ୟ ସମସ୍ତ ସୂଚନା ଦିଆଯାଇଥିବ। ଏହି ଚିପରେ ବ୍ଲଡ଼ଗ୍ରୁପ୍ , ଅଙ୍ଗଦାନ ବିଷୟରେ ମଧ୍ୟ ସମସ୍ତ ସୂଚନା ପ୍ରଦାନ କରାଯିବ।

କିପରି ରହିଛି ବର୍ତ୍ତମାନର କାର୍ଡ

ବର୍ତ୍ତମାନ ରହିଥିବା କାର୍ଡ଼ରେ ରାଜ୍ଯର ନାମ ଲେଖାଯାଉଛି। ଯାହା ଦ୍ବାରା ଅନ୍ଯ ଦେଶର ଚାଳକଙ୍କୁ ସେହି ଲାଇସେନ୍ସ ଚିହ୍ନିବାରେ ଅସୁବିଧା ହୋଇଥାଏ। ଏହା ଛଡ଼ା ବିଦେଶ ମଧ୍ୟ ଗାଡ଼ି ଚଲାଇବା ପାଇଁ ଇଣ୍ଟରନ୍ଯାସନାଲ ଲାଇସେନ୍ସ କରିବାକୁ ପଡ଼ିଥାଏ।

କିପରି ରହିବା ନୂଆ ଡ୍ରାଇଭିଂ ଲାଇସେନ୍ସ

ନୂତନ ପ୍ରକାରର ଡ୍ରାଇଭିଂ ଲାଇସେନ୍ସରେ  ଏକ ଚିପ୍ ରହିବ। ଯେଉଁଥିରେ ୟୁନିକ୍ ନମ୍ବର ରହିବ। ଚାଳକଙ୍କୁ ବିଶେଷ ଭାବେ ବାହନ ଚଳାଇବାର ଯୌଗ୍ଯତା କଣ ରହିଛି ତାହା ମଧ୍ୟ କାର୍ଡରେ ଅଙ୍କିତ ରହିବ। ଏଥିରେ ଏକ କ୍ଯୁଆର କୋର୍ଡ ରହିବ ଯେଉଁଥିରେ ଟ୍ରାଫିକ୍ ପୋଲିସ ଏବଂ ଇପଫ୍ରୋର୍ସମେଣ୍ଟ ଏଜେନ୍ସି ତାହାକୁ ସ୍କାନ କରି ଚାଳକଙ୍କର ସମସ୍ତଙ୍କ ସୂଚନା ପାଇପାରିବେ।

ଯଦି କୌଣସି ଚାଳକଙ୍କର ଲାଇସେନ୍ସ ରଦ୍ଧ ବା ବ୍ଯାନ ହୋଇଛି ତେବେ ଏହି କାର୍ଡରେ ତାହା ଉଲ୍ଲେଖ ରହିଥିବ। ଏଥିସହ ଆପତ୍ତିକଜନକ ସମୟରେ ଫୋନ କରିବା ପାଇଁ ଆପଣଙ୍କ ଲାଇସେନ୍ସରେ ସହାୟତା ନମ୍ବର ଲେଖାଯାଇଥିବ। ଏହା ଦ୍ବାରା ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଚାଳକଙ୍କର ସମସ୍ତ ସୂଚନା ଉପସ୍ଥିତ ଥିବ। ଯାହା ଫଳରେ  ପୋଲସଙ୍କୁ ଚାଳକଙ୍କର ସମସ୍ତ ବିବରଣୀ ଗୋଟିଏ କ୍ଳିକରେ ମିଳିପାରିବ।

Leave A Reply

Your email address will not be published.