କରଞ୍ଜିଆ(କେନ୍ୟୁଜ୍): ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରରୁଆ ଥାନା ଅନ୍ତର୍ଗତ ପଣ୍ଡାବିଲା ଗାଁରେ । ମିଳିଥିବା ସୂଚନା ମିତାବକ ଗାଁରେ ଜଣେ ମହିଳା ପଣ୍ଡା ଚରାଇବାକୁ ଯାଇଥିଲେ । ଫେରିବା ବେଳେ ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡିଯାଇଥିଲେ ।
ଏହା ଦେଖି ସ୍ଥାନୀୟ କିଛି ଲୋକେ ମହିଳା ଜଣଙ୍କୁ ଉଦ୍ଧାର କରିବା ବେଳକୁ ମହିଳା ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ଘଟଣା ସ୍ଥଳରେ ଶୁକୃଳି ତହସିଲ ଅଫିସର କିଛି କର୍ମଚାରୀ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଏହି ଘଟଣା ଅପରାହ୍ନ ୪ ଟା ସମୟରେ ଘଟିଥିବାର ସୂଚନା ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ରରୁଆ ପୋଲିସ ତରଫରୁ ତଦନ୍ତ ଜାରି ରହିଛି ।