ରାସ୍ତା ପାର୍‌ କରୁଥିଲା ସାପ, ହଠାତ୍‌ ପଡ଼ିଗଲା ଏଣ୍ଡୁଅର ନଜର, ଆଉ ତା’ ପରେ ଯାହା ହେଲା ଆପଣ ନିଜେ ଦେଖନ୍ତୁ ଭିଡିଓ

ଆପଣ ନେଉଳ ଓ ସାପର ଶତ୍ରୁତା ବିଷୟରେ ତ ଜାଣିଥିବେ। ନେଉଳକୁ ଯେଉଁଠି ବି ସାପ ନଜର ଆସିଥାଏ, ସେ ତାକୁ ମାରିବା ପାଇଁ ଦୌଡ଼ି ଯାଇଥାଏ। କିନ୍ତୁ ଏଣ୍ଡୁଅ ବିଷୟରେ ହୁଏତ ଏମିତି କଥା କେବେ ବି ଶୁଣି ନ ଥିବେ। ଛୋଟ ଏଣ୍ଡୁଅଟିଏ ସାପକୁ ଗୋଟିଏ ହିଁ ଝଟକାରେ ଘାଇଲା କରି ଦେଉଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଠି ସାପ ନୁହେଁ, ବରଂ ଏକ ଏଣ୍ଡୁଅ ସାପ ସହ ଲଢ଼େଇ କରି ତାକୁ ହରାଇ ଦେଉଛି।

ଭିଡିଓଟିକୁ କ୍ରୁଗର ସାଇଟିଙ୍ଗ୍‌ସ ନାମକ ୟୁଟ୍ୟୁବ ଚ୍ୟାନେଲରୁ ସେୟାର କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ୬୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଏଥିରେ ଆପଣ ଦେଖିପାରିବେ ଯେ କୌଣସି ଏକ ଜଙ୍ଗଲରେ କଚ୍ଚା ରାସ୍ତା ରହିଛି। ସେହି ରାସ୍ତାରେ ଏକ ସାପ ଯାଉଛି, ଏତିକି ବେଳେ ଏକ ଏଣ୍ଡୁଅର ନଜର ତା’ ଉପରେ ପଡ଼ି ଯାଉଛି। ଆଉ ସେ ତାକୁ ଆକ୍ରମଣ କରିବା ଆରମ୍ଭ କରି ଦେଉଛି। ହେଲେ ସାପ ଡରି ନ ଯାଇ ଏଣ୍ଡୁଅକୁ ବି ପ୍ରତି ଆକ୍ରମଣ କରୁଛି। କିନ୍ତୁ ଏଣ୍ଡୁଅଟି ସିଧା ସାପର ଫଣା ଉପରେ ଆକ୍ରମଣ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ସେପଟେ ସାପ ବଡ଼ ଫୂର୍ତ୍ତିରେ ନିଜକୁ ବଞ୍ଚାଇ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରୁଛି। ଏଣ୍ଡୁଅ ସାପ ଉପରେ ଆକ୍ରମଣ କରିବା ବନ୍ଦ କରୁନାହିଁ। ସେ ସାପର ଲାଙ୍ଗୁଡ଼କୁ କାମୁଡ଼ି ତାକୁ ମାରିଦେବାକୁ ଉଦ୍ୟମ କରୁଛି। ଏଣ୍ଡୁଅ ଏହିପରି ବାରମ୍ବାର ସାପ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛି, କିନ୍ତୁ ସାପ ପ୍ରତ୍ୟେକ ଥର ଡରିକି ପଳାଉଛି।

ଦୁଇଜଣଙ୍କ ମଧ୍ୟରେ ବହୁତ ଲମ୍ବା ସମୟ ଧରି ଲଢ଼େଇ ଜାରି ରହୁଛି। କିନ୍ତୁ କେହି ବି ହାର୍‌ ମାନିବାକୁ ପ୍ରସ୍ତୁତ ହେଉ ନାହାନ୍ତି। ଏଣ୍ଡୁଅଟି ଏତେ ଧୂର୍ତ୍ତ ରହିଛି ଯେ ସେ ଆଦୌ ହାର୍‌ ମାନିବାକୁ ପ୍ରସ୍ତୁତ ନାହିଁ। କୌଣସି ବି ମତେ ସେ ସାପକୁ ମାରିବାକୁ ଚାହୁଁଛି। ସେପଟେ ସାପ ନିଜ ଜୀବନ ବଞ୍ଚାଇବାକୁ ବାରମ୍ବାର ମଉକା ଖୋଜୁଛି ଏବଂ ଶେଷରେ ସେଠୁ ପଳାଇ ଯିବାକୁ ସକ୍ଷମ ହେଉଛି। ଏହି ଭାଇରାଲ ଭିଡିଓଟି ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ହୋଇଛି।

Video Courtesy: Latest Sightings

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.