ଖୁବ୍‌ଶୀଘ୍ର ଗର୍ଭବତୀଙ୍କୁ ଦିଆଯିବ ଟିକା, କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

ଭୁବନେଶ୍ବର(କେନ୍ଯୁଜ୍): କାଟାଗୋରୀ -Bରେ ରଖାଯାଇଥିବା ଜିଲ୍ଲା ଗୁଡ଼ିକରେ ଟ୍ରାନ୍ସମିସନ୍‌ ହେଉଛି। ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି। ସମସ୍ତେ ଯଦି ଗାଇଡ୍‌ଲାଇନ୍‌ ମାନିବେ, ନିଶ୍ଚିତ ସଂକ୍ରମଣ କମିବ। ସଂକ୍ରମଣ କମିବା ପାଇଁ ୩ଟି ପିଲାର ନିର୍ଦ୍ଧାରଣ କରିଛୁ। ସର୍ଭିଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ପରି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ। ଜୁଲାଇ ମଧ୍ୟଭାଗ ବେଳକୁ ରାଜ୍ୟର ପଜିଟିଭ କେସ କମିଯିବ।

ଗର୍ଭବତୀମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି ତାହା ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ। ରାଜ୍ୟର କରୋନା ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମିବ ବୋଲି ଆଶା କରାଯାଉଛି। କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.