ଚା ଦୋକନରେ ମାଙ୍କଡ ଧୋଉଛି ଅଇଁଠା ପ୍ଲେଟ, ଦେଖନ୍ତୁ ଏହି ମଜାଦାର ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ପଶୁପକ୍ଷୀ ମାନଙ୍କର ମଜାଦାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ। ଆଉ ଏହି ଫଟୋ ଆଉ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ ବି କରନ୍ତି। ଭିଡିଓଟି ସୋସିଆଲ ମିଡିଆରେ ପାଣି ଭଳି ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ଚା ଦୋକାନ ଅଛି, ଯେଉଁଠି ବହୁତ ଲୋକ ବି ଅଛନ୍ତି। ସେହିପରି ଏକ ଟେବୁଲ ରଖାହୋଇଛି ଏବଂ ଏହାଉପରେ କିଛି ଅଇଁଠା ପ୍ଲେଟ ରହିଛି। ଏହାସହିତ ପାଣି ଟବ୍‌ ବି ରହିଛି। ଆଉ ତାପାଖରେ ମାଙ୍କଡଟି ଏକଦମ୍‌ ମଣିଷଙ୍କ ଭଳି ସେହି ପାଣି ଟବରେ ଅଇଁଠା ପ୍ଲେଟକୁ ଧୋଉଛି। ଏତେ ଲୋକ ଥିବା ସତ୍ତ୍ୱେ ବି ମାଙ୍କଡର ପୂରା ଧ୍ୟାନ ନିଜ କାମ ଉପରେ।

ତେବେ ସେଠାରେ ଥିବା ଲୋକେ ମାଙ୍କଡର ଏପରି କାମ ଦେଖି ଆଶ୍ଚର୍ଯ୍ୟ। କିନ୍ତୁ କାମ କରୁଥିବା ମାଙ୍କଡ ଉପରେ କିଛି ଫରକ ପଡୁନି କିଏ ଠିଆ ହୋଇଛି କି ନାହିଁ। ସେ ଏକଦମ୍‌ ଏକ ଲୟରେ ବହୁତ ସୁନ୍ଦର ଭାବେ ପ୍ଲେଟକୁ ଧୋଇ ପକାଉଛି।

ଏହି ଭିଡିଓ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆପଣ ବି ଦେଖନ୍ତଚ ଏ ସୁନ୍ଦର ଭିଡିଓ।

 

View this post on Instagram

 

A post shared by memes | culture | comedy (@ghantaa)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.