ଖରାଦିନେ ବିନା ପୋଷାକରେ ଶୋଇବା ହୋଇପାରେ ହାନିକାରକ, ଜାଣନ୍ତୁ କେମିତି

ଖରାଦିନ ଆରମ୍ଭ ହେଲେ ଲୋକଙ୍କ ଶୋଇବା ଶୈଳୀ ବଦଳିଯାଏ। ଗରମ ଦିନେ ଅଧିକାଂଶ ଲୋକ ହାଲ୍‌କା ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଖାଲି ଦେହରେ ଶୋଇଥାନ୍ତି। କିନ୍ତୁ ବିଶେଷଜ୍ଞଙ୍କ ମତରେ, ଖରାଦିନେ ବିନା ପୋଷାକରେ ଶୋଇବା ଉଚିତ୍‌ ନୁହେଁ। ଏହା ଦ୍ୱାରା ଆମ ଶରୀର ଉପରେ କୁପ୍ରଭାବ ପଡ଼ିପାରେ।

ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ଖରାଦିନେ ବିନା ପୋଷାକରେ ଶୋଇଲେ ନିଦ ଖରାପ ହେବା ସମ୍ଭାବନା ରହିଛି। ଲଙ୍ଗଳା ହୋଇ ଶୋଇବା ଦ୍ୱାରା ଆମ ଶରୀରର ଝାଳ ଶୁଖିପାରେ ନାହିଁ। ଫଳରେ ନିଦ ଖରାପ ହୋଇଥାଏ। ଏକ୍ସପର୍ଟଙ୍କ କହିବାନୁସାରେ, ରାତିରେ ବିନା ପୋଷାକରେ ଶୋଇବା ଅପେକ୍ଷା ସୂତା, ଲାଇନନ୍‌ ଭଳି ହାଲ୍‌କା ପୋଷାକ ପିନ୍ଧିବା ଉଚିତ୍‌। ଯାହା ଦ୍ୱାରା ଝାଳ ସହଜରେ ଓ ଶୀଘ୍ର ଶୁଖିପାରିବ।

ଖରାଦିନରେ ଭଲ ନିଦ ପାଇଁ ରାତିରେ ଶୋଇବା ସମୟରେ ଝରକା ଖୋଲି ଶୁଅନ୍ତୁ। ଏହା ଦ୍ୱାରା ଘରେ ଭଲଭାବେ ବାୟୁ ଚଳାଚଳ କରିବ ଓ ଗରମ ଲାଗିବ ନାହିଁ। ଯଦି ମଶା ଭୟ ଅଛି ତେବେ ମଶାରୀ ଟାଣି ଶୁଅନ୍ତୁ, ନିଦ ଭାଙ୍ଗିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.