ପୁରୀ(କେନ୍ଯୁଜ୍): ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ନୀତି ନୀର୍ଘଣ୍ଟର ୩ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି। ରତ୍ନଦେବୀ ଛାଡି ଜନ୍ମଦେବୀ ଅଭିମୁଖେ ଯାଉଛନ୍ତି ମହାପ୍ରଭୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି । ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ନେଉଛନ୍ତି ସେବାୟତ। ଭାଇ, ଭଉଣୀଙ୍କ ପଛେ ପଛେ ନନ୍ଦିଘୋଷରେ ବସି ମାଉସୀ ଘର ବାହାରିଛନ୍ତି ଜଗନ୍ନାଥ ।
ତେବେ ଚଳିତବର୍ଷ ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ। କୋଭିଡ୍ କଟକଣା ଯୋଗୁ ଏହି ସେବାରୁ ଭକ୍ତ ବଞ୍ଚିତ ରହିଛନ୍ତି । ତେବେ ତିନି ଠାକୁରଙ୍କ ପହଣ୍ଡି ବିଜେ ଶେଷ ହେଲା ପରେ ତିନି ରଥରେ ରଥାରୁଢ଼ ହୋଇଥିଲେ ତିନି ଠାକୁର । ଦେବଦଳନରେ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ରଥାରୁଢ଼ ହେବାପରେ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ଼ ହୋଇଥିଲେ। ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ବଡ଼ଦାଣ୍ଡକୁ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତୀ ।