Whatsapp ଆଣୁଛି ୩ ଜବରଦସ୍ତ ଫିଚର୍ସ, ଥରେ ଦେଖିବା ପରେ ଆପେ ଡିଲେଟ୍‌ ହୋଇଯିବ ଫଟୋ ଓ ଭିଡିଓ

ହ୍ଵାଟସ୍‌ଆପ ନୂଆ ଫିଚର୍ସ ଉପରେ କାମ କରୁଛି, ଯାହାର ଟେଷ୍ଟିଂ ଆରମ୍ଭ ହୋଇଯାଇଛି। କମ୍ପାନୀ କହିଛି କି, ଏଥିରେ କିଛି ଫିଚରକୁ ଜଲ୍‌ଦି ହିଁ ଉପଲବ୍ଧ କରାଯିବ, ଯେଉଁଥିରେ ଫଟୋ କ୍ୱାଲିଟି, ଲିଙ୍କ୍‌ ପ୍ରିଭ୍ୟୁ, ମଲ୍ଟି ଡିଭାଇସ୍‌ ସପୋର୍ଟ ଏବଂ ଭ୍ୟୁ ଓ୍ଵାନ୍ସ ଭଳି ଫିଚର୍ସ ସାମିଲ ରହିଛି। ଏହି ଫିଚରଗୁଡ଼ିକୁ ଖୁବ୍‌ଶୀଘ୍ର ଆଣ୍ଡ୍ରୋଏଡ୍‌ ଏବଂ ଆଇଓଏସ୍‌ରେ ସାମିଲ କରାଯିବ। ଆସନ୍ତୁ ଜାଣିବା ନୂଆ ଫିଚର୍ସ ବିଷୟରେ।

In-App ନୋଟିଫିକେଶନକୁ ବଢ଼ିଆ ବନାଇବା ଉପରେ କାମ କରାଯାଉଛି। WABetaInfoର ରିପୋର୍ଟ ମୁତାବକ, ଆଇଓଏସ୍‌ 2.21.140.9 ପାଇଁ ହ୍ଵାଟସ୍‌ଆପ ବୀଟା ୟୁଜରମାନଙ୍କୁ ବଢ଼ିଆ ନୋଟିଫିକେଶନ ବ୍ୟାନର, ଭିଡିଓ, ଫଟୋ, GIF ଏବଂ ଷ୍ଟିକର୍ସ ଦେଇଥାଏ। ଚ୍ୟାଟ୍‌ ପ୍ରିଭ୍ୟୁ ଦେଖିବା ପାଇଁ ଏହି ଆପ୍‌ ନୋଟିଫିକେଶନକୁ ବିସ୍ତାର କରିପାରିବେ।

ଭ୍ୟୁ ଓ୍ଵାନ୍ସ ଫିଚର

ବୀଟା ଆପ୍‌ ପାଇଁ ହ୍ଵାଟସ୍‌ଆପ ଏହି ଫିଚରକୁ ରୋଲ୍‌ ଆଉଟ କରିବା ଆରମ୍ଭ କରି ଦେଇଛି। ଏହି ଫିଚରରେ ଖାସ୍‌ କଥା ହେଉଛି ଯେ ଫଟୋ ଏବଂ ଭିଡିଓକୁ ସାମ୍ନା ଲୋକ କେବଳ ଗୋଟିଏ ଥର ହିଁ ଦେଖିପାରିବ। ଏହାପରେ ଫାଇଲ୍‌ ଆପେ ଡିଲେଟ୍‌ ହୋଇଯିବ। କିନ୍ତୁ ଆପଣ ଫଟୋ ଏବଂ ଭିଡିଓର ସ୍କ୍ରିନ୍‌ଶର୍ଟ ନେଇପାରିବେ। କମ୍ପାନୀ ଏହାକୁ ବନ୍ଦ କରିନାହିଁ।

voice waveform feature

voice waveform feature ଉପରେ ହ୍ଵାଟସ୍‌ଆପ ବର୍ତ୍ତମାନ କାମ କରୁଛି। ଖୁବ୍‌ଶୀଘ୍ର ଏହାର ଟେଷ୍ଟିଂ ମଧ୍ୟ ବୀଟା ଭର୍ଜନରେ ଆସିଯିବ। ଭଏସ୍‌ ମେସେଜ ଶୁଣିବା ପରେ ପ୍ରୋଗ୍ରେସ୍‌ ବାର୍‌ ବଦଳରେ ଭଏସ୍‌ େଓ୍ଵଭ୍‌ଫର୍ମ ଦେଖାଯିବ। ଏହି ଫିଚର କେବଳ iOS ପାଇଁ ପ୍ରସ୍ତୁତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.