ପାକିସ୍ତାନରେ ଜବରଦସ୍ତୀ ଭାବେ ୬୦ ହିନ୍ଦୁଙ୍କ କରାଗଲା ଧର୍ମ ପରିବର୍ତ୍ତନ, ଭିଡିଓ ହେଲା ଭାଇରାଲ

ପାକିସ୍ତାନରେ ପୁଣି ଥରେ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି । କିନ୍ତୁ ଏଥର କେବଳ ଜଣେ କିମ୍ବା ୨ ଜଣଙ୍କର ନୁହେଁ ବରଂ ୬୦ ଜଣ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ପାକିସ୍ତାନରେ ପ୍ରାୟ ସବୁ ସୟରେ ହିନ୍ଦୁ ଲୋକଙ୍କ ଜବରଦସ୍ତୀ ଭାବେ ଧର୍ମ ପରିବର୍ତ୍ତନ କରାଇ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଏ । ଏବେ ପୁଣି ଥରେ ଏହା ଦେଖିବାକୁ ମିଳିଛି । ଧର୍ମ ପରିବର୍ତ୍ତନର ଭିଡିଓ ମଧ୍ୟ ଖୁବ ଭାଇରାଲ ହୋଇଛି । ଏହି ଭିଡିଓ ପାକିସ୍ତାନର ସିନ୍ଧ୍ ପ୍ରାନ୍ତର ମୀରପୁର ଏବଂ ମିଠୀ ଇଲାକାର, ଯେଉଁଠି ମୁସଲିମ ସମ୍ପ୍ରଦାୟ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି ।

123444
pc: aajtak

ଏଠାରେ ୬୦ ଜଣ ହିନ୍ଦୁଙ୍କୁ କଲମା ବା ଇସଲାମ ଧର୍ମ ଗ୍ରହଣ ପାଇଁ ଶପଥ ପାଠ କରାଯାଉଥିବାର ଦେଖିବାକୁ ପାଇବେ । ଏହି ଭିଡିଓ ୭ ଜୁଲାଇ ୨୦୨୧ର କୁହାଯାଇଛି । ଏହି ଭିଡିଓକୁ ପାକିସ୍ତାନର ସିନ୍ଧ୍‌ର ମତଲୀ ନଗର ସମିତିର ଅଧ୍ୟକ୍ଷ ଅବଦୁଲ ରଉଫ ନିଜାମନୀ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ମୌଲବୀ ମିୟାଂ ମିଟଠୁ ପାକିସ୍ତାନରେ ଅନେକ ହିନ୍ଦୁଙ୍କୁ ଜୋର ଜବରଦସ୍ତ ଭାବେ ଧର୍ମ ପରିବର୍ତ୍ତନ କରିଥାଏ । ଏହାକୁ ନେଇ ପକିସ୍ତାନରେ ଥିବା ହିନ୍ଦୁ ଅନେକ ସମସ୍ୟା ସମ୍ମୁଖିନ୍ନ ହୋଇଥାନ୍ତି ।

212222
pc: aajtak

ଏହା ବିରୁଦ୍ଧରେ କରାଚୀର ଡାକ୍ତର ରାଜକୁୁମାର ବଞ୍ଜାରା ଅନେକ ବାର ସ୍ୱର ଉଠାଇଛନ୍ତି । କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା । କିଛି ଦିନ ପୂର୍ବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଧର୍ମାବତରଣକୁ ନେଇ ସଂସନ୍ଦୀୟ ସମିତି ଗଠନ କରିଥିଲେ, ଯାହା ଦ୍ୱାରା ଏଭଳି କାର୍ଯ୍ୟକୁ ରୋକା ଯାଇପାରିବ । କିନ୍ତୁ ଏହାପରେ ମଧ୍ୟ ଖୁଲମଖୁଲା ଭାବେ ପାକିସ୍ତାନରେ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରି ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.