କଳ୍ପନା ଓ ସୁନିତାଙ୍କ ପରେ ଇତିହାସ ରଚିଲେ ଶିରିଷା ବାନ୍ଦଲା, ତୃତୀୟ ମହିଳା ଭାବେ କଲେ ମହାକାଶ ଯାତ୍ରା

କଳ୍ପନା ଚାୱଲା ଓ ସୁନିତା ଉଇଲିୟମସଙ୍କ ପରେ ତୃତୀୟ ଭାରତୀୟ ମହିଳା ଭାବେ ଏରୋନଟିକାଲ ଇଞ୍ଜିନିୟର ଶିରିଷା ବାନ୍ଦଲା ରବିବାର ମହାକାଶ ପାଇଁ ଉଡାଣ ଭରିଛନ୍ତି। ସେ ଆମେରିକାର ନ୍ୟୁ ମେକ୍ସିକୋରୁ ବ୍ରିଟିଶ କୋଟିପତି ରିଚାର୍ଡ ବ୍ରେନସନଙ୍କ ସହ ‘ଭର୍ଜିନ ଗ୍ୟାଲେକ୍ରିକ’ ରେ ମହାକାଶ ପାଇଁ ପ୍ରଥମ ଟିମ୍ ଭାବେ ସଫଳ ଉଡାଣ ଭରିଛନ୍ତି।

ଉଡାଣ ଭରିବା ପୂର୍ବରୁ ଶିରିଷା ଟ୍ୱିଟ କରି ଲେଖିଥିଲେ ଯେ ୟୁନିଟି ୨୨ ଟିମ୍ ସଦସ୍ୟ ଓ କମ୍ପାନୀର ଅଂଶ ହୋଇ ଗର୍ବ ଅନୁଭବ କରୁଛି। ଏହି ଟିମର ମିଶନ ସମସ୍ତଙ୍କୁ ମହାକାଶ ବିଷୟରେ ସୂଚନା ଦେବା।

ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ବାନ୍ଦଲା ଜନ୍ମଗ୍ରହଣ କରିଥିଲେ। ମାତ୍ର ତାଙ୍କ ଲାଳନପାଳନ ହ୍ୟୁଷ୍ଟନରେ ହୋଇଛି। ସେ ମାତ୍ର ୪ ବର୍ଷ ବୟସରେ ଆମେରିକା ଚାଲିଯାଇଥିଲେ। ୨୦୧୧ ରେ ସେ ପଡର୍ଯ୍ୟୁ ୟୁନିଭରସିଟିର ସ୍କୁଲ ଅଫ ଏରୋନେଟିକ୍ସରେ ବିଜ୍ଞାନରେ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିଲେ। ୨୦୧୫ରେ ସେ ଏମବିଏ ଡିଗ୍ରୀ ଶେଷ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.