Below header

ଆଜି ରଥଯାତ୍ରାରେ ପ୍ରସ୍ତୁତ କରନ୍ତୁ କଟୋରୀ ଢ଼ୋକଲା, ସ୍ୱାଦରେ ଏକଦମ୍‌ ଲାଜବାବ୍‌

ଗୁଜରାଟର ପ୍ରସିଦ୍ଧ ରେସିପି ହେଉଛି ଢ଼ୋକଲା। ଏହା ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ। ଆପଣ ଏହାର ସ୍ୱାଦ ନିଶ୍ଚୟ ଚାଖିଥିବେ। ଘରେ ବି ଢ଼ୋକଲା ବନାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ କିଛି ଅଲଗା ଷ୍ଟାଇଲର ଢ଼ୋକଲା ନେଇ ଆସିଛୁ। ଯାହାକୁ ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ବି ସେତିକି ସ୍ୱାଦିଷ୍ଟ।

ଢ଼ୋକଲା ପାଇଁ ଆବଶ୍ୟକୀୟ ସାମଗ୍ରୀ

ବେସନ – ୧ କପ୍‌
ଚିନି – ଏକ ଛୋଟ ଚାମଚ
ଲୁଣ – ସ୍ୱାଦାନୁସାରେ
ହଳଦି ପାଉଡର – ୧/୪ ଛୋଟ ଚାମଚ
ଇନୋ – ୧/୨ ଛୋଟ ଚାମଚ
ଲେମ୍ବୁ ରସ – ୧ ବଡ ଚାମଚ
ତେଲ – ଏକ ବଡ ଚାମଚ
ଢ଼ୋକଲାରେ ତଡକା ଦେବା ପାଇଁ
ତେଲ – ୧ ବଡ ଚାମଚ
ରାଇ ବା ସୋରିଷ – ୧/୪ ବଡ ଚାମଚ
ଚିନି – ୧ ବଡ ଚାମଚ
ଲୁଣ – ସ୍ୱାଦାନୁସାରେ
ଲେମ୍ବୁ ରସ – ୨ ବଡ ଚାମଚ
କଞ୍ଚା ଲଙ୍କା – ଗୋଟିଏ (କଟା ହୋଇଥିବା)
ପାଣି – ୨ କପ୍‌
ଧନିଆ ପତ୍ର – ୧ ବଡ ଚାମଚ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପାତ୍ରରେ କେବଳ ଇନୋକୁ ଛାଡି ଅନ୍ୟ ସମସ୍ତ ସାମଗ୍ରୀରେ ପାଣି ମିଶାଇ ଦିଅନ୍ତୁ।
  • ପ୍ରସ୍ତୁତ ଘୋଳକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଅଲଗା ରଖନ୍ତୁ।
  • ଏବେ ଛୋଟ ଗିନାରେ ନେଇ ତେଲ ଲଗାଇ ଦିଅନ୍ତୁ।
  • ଏବେ ସେହି ଘୋଳରେ ଇନୋ ମିଶାଇ ଗିନାରେ ଭରି ଷ୍ଟିମରରେ ରଖନ୍ତୁ।
  • ଏହାକୁ ମଧ୍ୟମ ଆଞ୍ଚରେ ୨୦ ମିନିଟ୍‌ ପ୍ରସ୍ତୁତ ହେବା ପାଇଁ ଛାଡନ୍ତୁ।
  • ପ୍ୟାନରେ ତେଲ ଗରମ କରି ରାଇ ପକାଇ ପାଣି ଦିଅନ୍ତୁ।
  • ଏବେ କଞ୍ଚା ଲଙ୍କା ଏବଂ ଅନ୍ୟ ସାମଗ୍ରୀ ଦେଇ ପ୍ରସ୍ତୁତ ହେବା ପାଇଁ ଛାଡନ୍ତୁ।
  • ଢ଼ୋକଲାକୁ ଗିନାରୁ ବାହାର କରି ସର୍ଭିଙ୍ଗ୍‌ ପ୍ଲେଟରେ ରଖନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଢ଼ୋକଲା।
  • ଏଥିରେ ଆପଣ ପ୍ରସ୍ତୁତ ହୋଇଥିବା ପାଣିରେ ମିଶାଇ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.