Below header

ସାମ୍ନାକୁ ଆସିଲା ପବିତ୍ର ରିସ୍ତା ୨ର ଫାଷ୍ଟଲୁକ୍‌, ମାନବ-ଅର୍ଚ୍ଚନା ଭୂମିକାରେ ନଜର ଆସିଲେ ଶାହୀର-ଅଙ୍କିତା

ପବିତ୍ର ରିସ୍ତା ୨ରେ ସୁଶାନ୍ତ ସିଂହ ରାଜପୁତଙ୍କ ଜାଗାରେ ଅଭିନେତା ଶାହୀର ଶେଖ୍‌ ଅଭିନୟ କରିବା ନେଇ ଶୁଣିବାକୁ ମିଳୁଥିବା ବେଳେ ଏବେ ଶୋ’ର ଫାଷ୍ଟଲୁକ୍‌ ସାମ୍ନାକୁ ଆସିଛି। ମାନବ ଲୁକ୍‌ରେ ଶାହୀର ଶେଖ୍‌ ଓ ଅର୍ଚ୍ଚନା ଲୁକ୍‌ରେ ଅଙ୍କିତା ଲୋଖଣ୍ଡେ ପୁଣିଥରେ ଗତ ପାର୍ଟର ସ୍ମୃତିକୁ ତାଜା କରିଦେଇଛନ୍ତି। ଶାହୀର ଶେଖ୍‌ଙ୍କୁ ଦେଖି ସୁଶାନ୍ତଙ୍କ କଥା ମନେପଡ଼ୁଛି।

ଆଲ୍‌୍ଟ ବାଲାଜୀ ତରଫରୁ ପବିତ୍ର ରିସ୍ତାର ଫାଷ୍ଟଲୁକ୍‌ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏଥିରେ ଅର୍ଚ୍ଚନା-ମାନବଙ୍କ ବ୍ୟତୀତ ଅନ୍ୟ କଳାକାର ମଧ୍ୟ ନଜର ଆସିଛନ୍ତି। ଗତ ପାର୍ଟରେ ମାନବଙ୍କ ମା’ ଭୂମିକାରେ ଅଭିନୟ କରୁଥିବା ଉଷା ନାଡକରନୀ ଏଥିରକ ମଧ୍ୟ ନିଜ ପୂର୍ବ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ରନ୍ଦୀପ ରାୟ ମଧ୍ୟ ଶୋ’ରେ ଅଂଶଗ୍ରହଣ କରିଛନ୍ତି।

 

View this post on Instagram

 

A post shared by ALTBalaji (@altbalaji)


ନିକଟରେ ଶୋ’ର କାଷ୍ଟିଂ ଡାଇରେକ୍ଟର ଆଦିତ୍ୟ ସୁରନ୍ନା ଶାହୀର ଶେଖଙ୍କ ସିଲେକ୍ସନ୍‌କୁ ନେଇ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି- ପବିତ୍ର ରିସ୍ତା ୨.୦ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ। ଏହା ଆମ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ଏହି ଟାସ୍କ କେବଳ ମୋ’ ପାଇଁ ନୁହେଁ, ବରଂ ସମସ୍ତ କଳାକାରଙ୍କ ପାଇଁ ଚ୍ୟାଲେଞ୍ଜ। ଆମେ ଯଦି ଏକ ନୂଆ ଶୋ’ ଦେଖିଥାନ୍ତୁ ତେବେ ଆମ ପାଇଁ ସବୁ କିଛି ଫ୍ରେସ୍‌ ହୋଇଥାନ୍ତା। କିନ୍ତୁ ପୂର୍ବରୁ ହିଁ ଏହି ଶୋ’ ବେଞ୍ଚ ମାର୍କ ସେଟ୍‌ କରିଛି। ଏଣୁ ଏହା ସହଜ ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.