ଖାଇବା ବେଳେ ପନିର ଟାଣ ଲାଗୁଛି କି! ଏହି ଉପାୟରେ ଚିହ୍ନନ୍ତୁ ଅସଲି ନା ନକଲି

ମାର୍କେଟରୁ କିଣାଯାଇଥିବା ପନିର ପ୍ରାୟତଃ ଖାଇବା ବେଳେ ପାଟିକୁ ସ୍ୱାଦିଷ୍ଟ ଲାଗିନଥାଏ। ଏହା ଟାଣ ବା ରବର ଭଳି ଲାଗେ। ଏହାର କାରଣ ବୋଧେ ଅଧିକାଂଶ ଲୋକ ଜାଣିନଥିବେ। ଏହାର କାରଣ ହେଉଛି ନକଲି ପନିର। ନକଲି ପନିର ଟାଣ ଓ ରବର ଭଳି ହୋଇଥାଏ, ଯାହା ଦେଖିବାକୁ ଅବିକଳ ଅସଲି ଭଳି ଲାଗେ। ଏଣୁ ଗ୍ରାହକ ଧୋକା ଖାଇଯାଆନ୍ତି। ତେବେ ଆପଣ ବି ଯଦି ଅସଲି କି ନକଲି ପନିର ଚିହ୍ନିପାରୁନାହାନ୍ତି ତେବେ ଆସନ୍ତୁ ଜାଣିବା ଏହାକୁ ଚିହ୍ନିବାର ସହଜ ଉପାୟ…

  • ଛୋଟ ଖଣ୍ଡ ପନିରକୁ ହାତରେ ମଳନ୍ତୁ। ଯଦି ଏହା ଗୁଣ୍ଡ ହେଉଛି ଜାଣନ୍ତୁ ଯେ ତାହା ନକଲି।
  • ନକଲି ପନିର ଟାଇଟ୍‌ ହୋଇଥାଏ। ଏହା ରବର ଭଳି ଲାଗେ। ଖାଇବା ବେଳେ ବି ଏହା ଟାଣି ହୋଇଯାଏ। କିନ୍ତୁ ଅସଲି ପନିର ଖୁବ୍‌ ନରମ ହୋଇଥାଏ।
  • ସୋୟାବିନ୍‌ କିମ୍ବା ହରଡ଼ ଡାଲି ପାଉଡର ଛିଞ୍ଚି ବି ଆପଣ ପନିର ଅସଲି କି ନକଲି ଜାଣିପାରିବେ। ଏଥିପାଇଁ ପନିରକୁ କିଛି ସମୟ ଗରମ ପାଣିରେ ପକାଇ ଫୁଟାନ୍ତୁ। ପରେ ଏହାକୁ ଅଳ୍ପ ଥଣ୍ଡା କରି ଏଥିରେ ସୋୟାବିନ୍‌ କିମ୍ବା ହରଡ଼ ଡାଲି ପାଉଡର ପକାଇ ୧୦ ମିନିଟ୍‌ ଛାଡ଼ିଦିଅନ୍ତୁ। କିଛି ସମୟ ପରେ ଯଦି ପନିରର ରଙ୍ଗ ଲାଲ୍‌ ହେଉଛି ତେବେ ଜାଣନ୍ତୁ ଯେ ଏହା ନକଲି।
  • ଏହି ନାଲି ରଙ୍ଗରୁ ଜଣାଯାଉଛି ଯେ ଏଥିରେ ଡିଟରଜେଣ୍ଟ କିମ୍ବା ୟୁରିଆ ମିଶିଛି।
Leave A Reply

Your email address will not be published.