ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ସକାଳ ୫ଟାରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ୍ ଲକଡାଉନ୍ । ଆଜି ଆସିବ ଅନଲକ୍ ଗାଇଡଲାଇନ୍ । କଣ ରହିବ ରୂପରେଖ ? ପ୍ରସ୍ତୁତ ହେଉଛି କଟକଣା କୋହଳର ରୂପରେଖ । ସଂକ୍ରମଣ ହାରକୁ ଦେଖି ବିଚାରବିମର୍ଶ ଚାଲିଛି । ରାଜ୍ୟରେ ଦୈନିକ ସଂକ୍ରମଣ ସ୍ଥିର ରହିଛି । ୩ ପ୍ରତିଶତ ତଳେ ରହୁଛି ପଜିଟିଭ୍ ହାର । ଗତ ୩-୪ ଦିନ ହେବ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨ହଜାର ରହୁଛି । ତେଣୁ ଆଶା କରାଯାଉଛି କଟକଣା କୋହଳ ହୋଇପାରେ।
କଣ ଖୋଲିବ ଓ କଣ ବନ୍ଦ ରହିବ ତାକୁ ନେଇ ଲୋକଙ୍କ ଭିତରେ ବଢୁଛି ଉତ୍କଣ୍ଠା। କାଟାଗୋରୀ-Aକୁ ଯାଇପାରେ ଆଉ ୫ ଜିଲ୍ଲା, ଅଧିକ କୋହଳ ହୋଇପାରେ କଟକଣା। କାଟାଗୋରୀ-A ଜିଲ୍ଲାରେ ବଢ଼ିପାରେ ଦୋକାନ ବଜାର ଖୋଲିବା ସମୟ । ରାତି ୮-୯ଟା ଯାଏ ମାର୍କେଟ ଖୋଲିବାକୁ ଅନୁମତି ମିଳିପାରେ ।
ସେହିପରି କାଟାଗୋରୀ-B ଜିଲ୍ଲାରେ ବି ଦୋକାନ ଖୋଲିବା ସମୟ ବୃଦ୍ଧି କରି ପାରନ୍ତି ସରକାର । ଖୋର୍ଦ୍ଧା, କଟକ ଓ ପୁରୀରୁ ହଟିନପାରେ ଆଂଶିକ ଲକଡାଉନ। ଆଶା କରାଯାଉଛି କମିପାରେ ନାଇଟ୍ କର୍ଫ୍ୟୁ ଅବଧି। ଜିମ୍, ଯୋଗ ସେଣ୍ଟର, ବିବାହ ଆଦି କ୍ଷେତ୍ର ପାଇଁ କଣ ଆସୁଛି ନିଷ୍ପତ୍ତି ଅପେକ୍ଷା ରହିଛି । ସ୍ପା, ବିଉଟି ପାର୍ଲର ଖୋଲିବାକୁ ଅନୁମତି ମିଳିବ କି ? ରାଜ୍ୟବ୍ୟାପୀ ବସ୍ ଚଳାଚଳ ନେଇ ଗ୍ରୀନ୍ ସିଗନାଲକୁ ବି ଅପେକ୍ଷା ରହିଛି ।