ରାତି ଅଧରେ ଓଡ଼ିଶା କଥା ବୁଝିଲେ ରେଳମନ୍ତ୍ରୀ, ବିଭିନ୍ନ ରେଳ ପ୍ରକଳ୍ପର କଲେ ସମୀକ୍ଷା

ଭୁବନେଶ୍ବର(କେନ୍ଯୁଜ୍): ରାତି ଅଧରେ ଓଡ଼ିଶା କଥା ବୁଝିଲେ ରେଳମନ୍ତ୍ରୀ । କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଧରାତିରେ ପୂର୍ବତଟ ରେଳପଥ ଅଧିନରେ ଥିବା ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପରେ ସମୀକ୍ଷା କରିଛନ୍ତି ।

ଓଡ଼ିଶାରେ କେଉଁ ପ୍ରକଳ୍ପ କାର୍ଯ୍ୟ କେତେବାଟ ଆଗେଇଛି ସେନେଇ ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମନ୍ଥର ଗତିରେ ଚାଲିଥିବା ରେଳ ପ୍ରକଳ୍ପ ଗୁଡିକ ସମ୍ପର୍କରେ ଗୋଟି ଗୋଟି କରି ଆଲୋଚନା କରିଛନ୍ତି।

୩୦୬ କିଲୋମିଟର ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥର ଅଗ୍ରଗତିକୁ ରେଳମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡିଛି । ଏହି ପ୍ରକଳ୍ପ କେତେବାଟ ପର୍ଯ୍ୟନ୍ତ ଯାଇଛି, କେଉଁଠି ଅଟକି ରହିଛି, କଣ ପାଇଁ ବିଳମ୍ବ ହେଉଛି, ଆଦି ବିଷୟରେ ପଚାରି ବୁଝିଛନ୍ତି । ଏହାସହ ଭବିଷ୍ୟତ ପାଇଁ ପ୍ରସ୍ତୁତ୍‌ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ରେଳମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.