ଚାଟିଙ୍ଗକୁ ସହଜ ଏବଂ ସୁରକ୍ଷିତ ପାଇଁ ହ୍ୱାଟ୍ସଆପ୍ ଆଣିଲା ନୂତନ ଫିଚର

ଆଣ୍ଡ୍ରୋଏଡ ବେଟା ୟୁଜର୍ସଙ୍କ ପାଇଁ ଏକ ନୂତନ ‘ଭ୍ୟୁ ୱାନ୍ସ’ ଫିଚର ଲଞ୍ଚ କରିଛି ମେସେଜିଙ୍ଗ ଆପ ହ୍ୱାଟ୍ସଆପ୍ । ଏହା ଏକ ୟୁନିକ ଫିଚର । ଖାସ୍ କରି ଏହି ଫିଚର ସେହି ୟୁଜର୍ସଙ୍କ ତିଆରି କରାଯାଇଛି ଯେଉଁମାନେ ସେମାନଙ୍କର ମେସେଜ ବା ଚାଟିଙ୍ଗକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି । ବାସ୍ତବରେ ଏହି ଫିଚର ମାଧ୍ୟରେ ଏହା ଏଭଳି ଫଟୋ ଏବଂ ଭିଡିଓକୁ ଗାଏବ ହେଉଥିବା ମେସେଜ ରୂପେ ପଠାଇବାକୁ ଅନୁମତି ଦେଇଥାଏ ଯାହାକୁ ଗୋଟେ ଥର ଦେଖିବା ମାତ୍ରେ ଆପେ ଆପେ ଡିଲିଟ ହୋଇଯାଏ ।

ପ୍ରଥମେ ହ୍ୱାଟ୍ସଆପ ତାର ୱେବ ଏବଂ ଡେସ୍କଟପ ୟୁଜର୍ସଙ୍କ ପାଇଁ ଏହି ନୂତନ ଫିଚର ରୋଲ ଆଉଟ କରୁଛି । ଏହାପରେ ଖୁବ୍ ଶୀଘ୍ର ଆଇଓଏସ ୟୁଜର୍ସ ପାଇଁ ଅପଡେଟ କରାଯିବ । ଅବଶ୍ୟ ବର୍ତ୍ତମାନ ଏହା ମୋବାଇଲ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନାହିଁ । ଏହାର ଟେଷ୍ଟିଂ ହ୍ୱାଟ୍ସଆପ୍ ୱେବରେ କରାଯାଉଛି । ୟୁଜର୍ସ ଏହି ଫିଚରକୁ ନୂତନ ଭର୍ସନ ୨.୧୨୨.୧୧ ରେ ପାଇ ପାରିବେ । ଯାହାକୁ ହ୍ୱାଟ୍ସସପର ୱେବ ପ୍ଲାଟଫର୍ମ ପାଇଁ ପର୍ଯ୍ୟାୟକ୍ରମେ ରୋଲ ଆଉଟ କରାଯାଉଛି । ଏହି ନୂତନ ଫିଚର ସ୍ନାପଚାର୍ଟର ଗାଏବ ହେଇଯାଉଥିବା ମେସେଜ ଭଳି କାମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.