ଲାଗିଲା କାଳିଶୀ ହେଲା ଜଳାଭିଷେକ : ବର୍ଷା ପାଇଁ ମା’ ବନଦୂର୍ଗାଙ୍କ ଖଲିଆର ପୀଠରେ ଚାଲିଲା ପୂଜାର୍ଚ୍ଚନା

କରଞ୍ଜିଆ(କେନ୍ଯୁଜ୍): ଲୋକଙ୍କ ବିଶ୍ୱାସ, ବର୍ଷା ହେଉନଥିଲେ ଦେବୀ ଦେବତାଙ୍କୁ ଜଳାଭିଷେକ କଲେ ବର୍ଷା ହୁଏ । ଏହି ବିଶ୍ୱାସକୁ ନେଇ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତରାମରା ପଞ୍ଚାୟତ ହାଣ୍ଡିଫୁଟା ଗ୍ରାମର ଚାଷୀ ପରିବାରର ଶତାଧିକ ମହିଳା ମାନେ ଠାକୁରମୁଣ୍ଡା ଗ୍ରାମପଞ୍ଚାୟତର ଯୋଡାମ୍ବ ଘାଟିରେ ଥିବା ମା ବନଦୂର୍ଗା ଖଲିଆର ପୀଠରେ ମା ଙ୍କୁ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି ।

ମହିଳାମାନେ ହାଣ୍ଡିଫୁଟା ଠାରୁ ଚାରି କିଲୋମିଟର ଦୂର ମା ଙ୍କ ଖାଲିଆର ପୀଠରେ ଗତକାଳି ଚାଲିଚାଲି ଯାଇ ଦିନ ପ୍ରାୟ ବାରଟା ବେଳେ ପହଞ୍ଚିଥିଲେ । ପୂଜାର୍ଚ୍ଚନା କରିବା ସମୟରେ ସାତଜଣ ଝିଅଙ୍କୁ କାଳିଶୀ ମଧ୍ଯ ଆସିଥିଲେ । କୁହାଯାଇଥିଲା ଯେ ସେହି ସାତ ଜଣ ଝିଅ ସାତ ଭଉଣୀ ଦେବୀଙ୍କ କାଲିଶୀ ଥିଲେ । ପୂଜକ ଶ୍ୟାମ ସୁନ୍ଦର ଦେହୁରୀ ମା ଙ୍କ ଜଳାଭିଷେକ କରିବା ପରେ ସାତ ଭଉଣୀଙ୍କୁ ଦେବୀଙ୍କ ସ୍ବରୂପ ଭାବି ଜଳାଭିଷେକ କରାଯାଇଥିଲା ।

ଆଷାଢ଼ ମାସ ସରି ସାରିଥିବା ବେଳେ ଏ ଅଞ୍ଚଳରେ ଭଲଭାବରେ ବର୍ଷା ହୋଇ ପାରିଲା ନାହିଁ । ଭଲ ବର୍ଷା ନ ହେବା ଫଳରେ ଚାଷ ଜମି ସବୁ ମରୁଡି ସ୍ଥିତିରେ ପହଞ୍ଚି ଗଲାଣି । ତେବେ ଏପରି ପୂଜାର୍ଚ୍ଚନା ଏବଂ ଜଳାଭିଷେକ କରିବା ଯୋଗୁଁ ବର୍ଷା ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.