ଗଜପତି: ଆର.ଉଦୟଗିରି ଦୁଧମାଠିଆ ନିକଟରେ ଯାତ୍ରୀବାହୀ ଅଟୋ ଓଲଟି ଜଣେ ମୃତ ଛଅ ଆହତ

ମୋହନା(କେନ୍ୟୁଜ୍):  ଗଜପତି ଜିଲ୍ଲା ଆର.ଉଦୟଗିରି ନିକଟସ୍ଥ ରାମଗିରି ଥାନା ଅଧିନସ୍ଥ ଦୁଧମାଠିଆ ଗ୍ରାମରେ ଏକ ଯାତ୍ରୀବାହୀ ଅଟୋ ଓଲଟି ଜଣେ ମୃତ୍ୟୁବରଣ କରିଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ଏକ ଯାତ୍ରୀବାହୀ ଅଟୋ  ରାମଗିରି ଗ୍ରାମ ନିକଟସ୍ଥ କୁରୁମ ଗ୍ରାମରୁ ଛେଳିଗଡ଼ ଅଭିମୁଖେ ଯାତ୍ରୀମାନଙ୍କୁ ନେଇ ଯାତ୍ରା କରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା।  ଫଳରେ  ଉକ୍ତ ଅଟରେ ବସିଥିବା ଛଅ ଜଣ ଯାତ୍ରୀ ଆହତ ହୋଇଥିଲେ ଏବଂ ଜଣେ ଗୁରୁତର ଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆହତ ମାନଙ୍କୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ହେଲେ ଆର.ଉଦୟଗିରି ଥାନା ଅଧିନସ୍ଥ ବସ୍ତ୍ରୀଗୁଡା ଗ୍ରାମର ଗଣେଶ କାର୍ଜି ।  ଆହତ ମାନେ ହେଲେ ଶଙ୍କର ନାୟକ , ଗଣେଶ ବେହର ଦଳାଇ , ଗାଡ଼ି ଚାଳକ ଗୁପ୍ତେଶ୍ୱର ବେହର ଦଳାଇ , ଦିବାକର ବେହର ଦଳାଇ , ସୁଧାକର ବେହର ଦଳାଇ , ସୌଦାମିନୀ ଦାଣ୍ଡିଆ l

ରାମଗିରି ଥାନା ଅଧିକାରୀ  ବିକାଶ କୁମାର ସେଠି ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଶବ ଜବତ କରି ଚାଳକକୁ ଅଟକ ରଖିଛନ୍ତି l ଏ ବାବଦରେ ରାମଗିରି ଥାନାରେ ଏକ ମାମଲା ରୁଜୁ ହେବା ସହ ଶବ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.